ନବୀନଙ୍କୁ ୧୦ ଲକ୍ଷ ପ୍ରଦାନ କଲା ଛାତ୍ରସଂଘ: ‘ମୋ ସ୍କୁଲ’ କାର୍ଯ୍ୟକ୍ରମ

ଭୁବନେଶ୍ୱର ସ୍ଥିତ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟ କରିି ‘ମୋ ସ୍କୁଲ’ କାର୍ୟ୍ୟକ୍ରମ ନିମନ୍ତେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିରେ ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ୟ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ପ୍ରଦାନ କରିଥିବାର ସୂଚନା ମିଳିଛି । ଖବର ଅନୁସାରେ, ‘ମୋ ସ୍କୁଲ’ କାର୍ୟକ୍ରମରେ ରାଜ୍ୟ ସରକାର ଦାନ ପରିମାଣର ଦୁଇ ଗୁଣ ଅର୍ଥାତ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ସମୁଦାୟ ୩୦ ଲକ୍ଷ ଟଙ୍କା ସ୍କୁଲର ଉନ୍ନତି ନିମନ୍ତେ ବିନିଯୋଗ କରାଯିବ ।

Comments are closed.