ଛାତ୍ରଙ୍କୁ ବିଦ୍ୟାଳୟରେ ପିଟି ହତ୍ୟା

ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସହକର୍ମୀମାନେ ପିଟିପିଟି ହତ୍ୟା କରିଥିବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନା ଅନୁସାରେ, ଜ୍ୟୋତି ନଗର ଏସକେଭି ବିଦ୍ୟାଳୟରେ ପଢୁଥିବା ଗୌରବଙ୍କୁ କିଛି ପିଲା ମାଡମାରି ପଳାଇଥିଲେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଗୌରବ ଗୁରୁତର ଅବସ୍ଥାରେ ତଳେ ପଡିଥିଲେ । ପରେ ଗୌରବଙ୍କୁ ହସ୍ପିଟାଲ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଛାତ୍ରଙ୍କ ଉପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.