ଆଜି ମୁକ୍ତିଲାଭ କଲା ଜାହ୍ନବୀଙ୍କ ପ୍ରଥମ ସିନେମା Dhadak
ଶ୍ରୀଦେବୀ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ‘Dhadak’ ଆଜି ମୁକ୍ତି ଲାଭ କରିଛି । ଏନେଇ ସକାଳୁ ପ୍ରତିଟି ସିନେମା ହଲରେ ଭିଡ ଦେଖିବାକୁ ମିଳୁଛି । ଶଶାଙ୍କ ଖୈତନଙ୍କ ନିର୍ଦ୍ଦେଶିତ ଏହି ବଲିଉଡ ସିନେମାର ଜାହ୍ନବୀଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଇଶାନ୍ ଖତର । ମରାଠି ସିନେମା ‘Sairat’ ପରି ପ୍ରସ୍ତୁତ ‘Dhadak’ ଲଭ୍ ଷ୍ଟୋରୀ ଉପରେ ଆଧାରିତ ହୋଇଥିବା ବେଳେ ଏହା ନୂଆ ଜେନେରସନଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା କରାଯାଇଛି । ତେବେ ଦୁଃଖର କଥା ଏହିକି, ଝିଅ ଜାହ୍ନବୀର ପ୍ରଥମ ସିନେମାକୁ ଦେଖି ପାରିଲେନି ଶ୍ରୀଦେବୀ ।
Comments are closed.