ରମଣଙ୍କ ମନ୍ତବ୍ୟ ବିନାଶକାରୀ, ପ୍ରସନ୍ନ (ବିଜେଡ଼ି)

ମହାନଦୀ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି । ରମଣଙ୍କ ମନ୍ତବ୍ୟ ଅତି ଦୁଃଖଦାୟକ, ବିନାଶକାରୀ ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ନଦୀର ଜଳ ହେଉଛି ଜାତୀୟ ସମ୍ପତ୍ତି, ଏହା ଉପରେ କୌଣସି ରାଜ୍ୟର ଅଧିକାର ନାହିଁ । ଏହାଛଡା ରମଣଙ୍କ ମନ୍ତବ୍ୟ ସୁପ୍ରିମକୋର୍ଟର ବିରୋଧର ପରିପନ୍ଥୀ ଓ ଜାତୀୟ ଜଳ କମିଶନ ଆମର କିଛି କରିପାରିବେନି ବୋଲି ଶ୍ରୀ ଆଚର୍ଯ୍ୟ କହିଛନ୍ତି ।

Comments are closed.