ବିସିସିଆଇର ୩୯ତମ ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ବିସିସିଆଇର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁମ୍ବାଇରେ ଆୟୋଜିତ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଗାଙ୍ଗୁଲି । ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ସୌରଭ ଦାୟିତ୍ୱ ନେବା ପରେ ପ୍ରଶାସନ କମିଟିର କର୍ତ୍ତୁତ୍ୱ ଶେଷ ହୋଇଛି । ବିସିସିଆଇର ଏହି ପ୍ରଶାସକ କମିଟିକୁ ନିଯୁକ୍ତ କରିଥିଲେ ସୁପ୍ରିମକୋର୍ଟ ।

ତେବେ ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରତିନିଧି ରାଜି ହୋଇଥିଲେ । ବିସିସିଆଇ ଅଧ୍ୟକ୍ଷ ପଦ ଦୌଡରେ ବ୍ରିଜେଶ ପଟେଲ ଆଗରେ ଥିଲେ। କିନ୍ତୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନେ ବ୍ରିଜେଶ ପଟେଲଙ୍କୁ ବିରୋଧ କରି ଗାଙ୍ଗୁଲଙ୍କୁ ସମର୍ଥନ କରିଥିଲେ। ତେବେ ଗାଙ୍ଗୁଲି ମାତ୍ର ୯ ମାସ ପାଇଁ ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।

Comments are closed.