କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର! ବୃଦ୍ଧି ପାଇଲା ରବି ଫସଲର MSP

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ କୃଷକମାନଙ୍କ ପାଇଁ ଉପହାର ଆଣିଦେଇଛନ୍ତି ମୋଦୀ ସରକାର । ଆଜିର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରବି ଫସଲର ସବନିମ୍ନ ସହାୟକ ମୂଲ୍ୟ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ସୂତ୍ରରୁ ଖବର ମିଳିଛି କି, ଗହମର କ୍ୱିଣ୍ଟାଲ ପିଛା ଦର ୧୮୪୦ରୁ ୧୯୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ବାଜରାର କ୍ୱିଣ୍ଟାଲ ପିଛା ଏମଏସପି ୧୪୪୦ରୁ ୧୫୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହ ସୋରିଷର କ୍ୱିଣ୍ଟାଲ ପିଛା ଏମଏସପି ୪୨୦୦ ରୁ ୪୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି । ମସୁର ଡାଲିର କ୍ୱିଣ୍ଟାଲ ପିଛା ଏମଏସପି ୪୪୦୦ରୁ ୪୮୦୦ଟଙ୍କାକୁ ବୃଦ୍ଧି ହୋଇଛି । ସୂର୍ୟ୍ୟମୁଖୀର କ୍ୱିଣ୍ଟାଲ ପିଛା ଏମଏସପି ୪୯୪୫ରୁ ୫୨୧୫ ଟଙ୍କାକୁ ବୃଦ୍ଧି କରାଯାଇଛି । ବୁଟଡ଼ାଲିର ସହାୟକ ମୂଲ୍ୟ ୪୬୨୦ ରୁ ୪୮୭୫ ଟଙ୍କାକୁ ବୃଦ୍ଧି ହୋଇଛି । ଏହିପରି ଏମଏସପି ବୃଦ୍ଧି ଯୋଗୁଁ କେନ୍ଦ୍ର ୩ହଜାର କୋଟିର ଅତିରିକ୍ତ ବୋଝ ସହିବ ବୋଲି ଜଣାପଡ଼ିଛି ।

Comments are closed.