ନଦୀରେ ବୁଡି ପୁଅ ମୃତ, ଅଳ୍ପକେ ବଞ୍ଚିଲା ମା

ପଗଡି ପାଇଁ ନଦୀରେ ଭାସିଯାଇଥିବା ଆବୁଆଙ୍କ ଘଟଣା ମନରୁ ନ ଯାଉଣୁ ଆଉ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଳା କୋରେଇ ବ୍ଳକ୍ ଅନ୍ତର୍ଗତ ଦୁଲାଖାପାଟଣା ର ବନ୍ଦାଳ ଗ୍ରାମରେ । ସୂଚନାନୁସାରେ, ମୃତ ମାନସ ଓ ତାଙ୍କ ମା ମଂଜୁଲତା କ୍ରିୟା କାର୍ଯ୍ୟ ସାରି ବୈତରଣି ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ମାନସଙ୍କ ଗୋଡ ଖସିଯାଇଥିଲା । ନଦୀରେ ଭାସିଯାଉଥିବା ପୁଅକୁ ବଞ୍ଚାଇବା ପାଇଁ ମା ଉଦ୍ୟମ କରିଥିବା ବେଳେ ଉଭୟ ନଦୀର ସ୍ରୋତରେ ଭାସି ଯାଇଥିଲେ । ପରେ ଉପସ୍ଥିତ ଥିବା ଗ୍ରାମବାସୀ ବୃନ୍ଦ ମା ଓ ପୁଅକୁ ଉଦ୍ଧାର କରି ସ୍ଥାନୀୟ ଚିକିସ୍ଚାଳୟରେ ଭର୍ତ୍ତି କରିଥିଲେ । ସେଠାର ଡାକ୍ତରମାନେ ସତ ଚେଷ୍ଟା କରି ମଧ୍ୟ ବଞ୍ଚାଇପାରି ନ ଥିଲେ ମାନସଙ୍କୁ । ଏପଟେ ମା’ ଜଣଙ୍କର କାନ୍ଦି କାନ୍ଦି ଆଖିରୁ ଲୁହ ସରୁନି ।

Comments are closed.