ପେଟ କମାଇବାର ସହଜ ଉପାୟ ; ସାଇକେଲିଙ୍ଗ୍

ମୋଟା ପେଟକୁ କମାଇ ସ୍ଲିମ୍ କରିବାକୁ କିଏ ବା ନ ଚାହେଁ ! ଏଥିପାଇଁ କେତେକ ମେଡିସିନ୍ ନେଉଥିବାବେଳେ କେତେ ଜଣ ପ୍ରକୃତିକୁ ଆପଣାଇଥାନ୍ତି । ତଳ ପେଟର ବୃଦ୍ଧି ଯୋଗୁଁ ହୁତପିଣ୍ଡ ସମସ୍ୟା, ଡଇବେଟିସ୍, ବ୍ଲଡ୍ ପ୍ରେସର୍ ଓ କ୍ୟାନ୍ସର ଜନିତ ରୋଗ ହୋଇପାରେ । ଯଦି ଆପଣଙ୍କ ପେଟ ବି କମାଇବାକୁ ଚାହଁନ୍ତି ସେଥିପାଇଁ ଦୈନିକ ୧ ଘଣ୍ଟା ସାଇକେଲିଙ୍ଗ କରନ୍ତୁ । ଛୋଟ ପିଲାମାନେ ପ୍ରତିଦିନ ସାଇକେଲ ଚଲାଉଥିବାରୁ ସେମାନଙ୍କର ସ୍ୱାସ୍ଥ୍ୟରେ ଏତେ ସମସ୍ୟା ସୃଷ୍ଟି ହୋଇନଥାଏ । ସାଇକେଲିଙ୍ଗ ଦ୍ୱାରା ଓଜନ ଓ କ୍ୟାଲେରି କମୁଥିବା ବେଳେ ମୋଟା ଅଂଶକୁ ହ୍ରାସ କରାଇଥାଏ । ଅଫିସ୍ ହେଉ କି ଅନ୍ୟାନ୍ୟ କାମରେ ହେଉ, ବାହାରକୁ ଯିବା ଆସିବା ସମୟରେ ସାଇକେଲର ବ୍ୟବହାର ଦ୍ୱାରା ଏହିସବୁ ସମସ୍ୟାର ସମାଧାନ ଘଟିପାରିବ ।

Comments are closed.