ମଦ ନିଶାରେ ମା ବାପାଙ୍କୁ ହତ୍ୟା କରି ପୁଅ ଫେରାର
ମା ବାପାଙ୍କୁ ସବୁବେଳେ ଈଶ୍ୱରଙ୍କ ସହ ତୁଳନା କରାଯାଏ ହେଲେ ସେହି ଈଶ୍ୱରଙ୍କ ଦ୍ୱୟଙ୍କୁ ହାତୁଡିରେ ପିଟି ପିଟି ହତ୍ୟା କରିଛି ପୁଅ । ଏପରି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି ଅନୁଗୁଳୁ ଜିଲ୍ଳା କିଶୋରନଗର ଥାନା ଅନ୍ତର୍ଗତ ବଡପଦ ଗାଁରେ । ପୋଲିସଙ୍କ କହିବାନୁସାରେ, ଗତ କାଲି ରାତିରେ ଦୁଃଖ ବଘାର ନାମକ ବ୍ୟକ୍ତି ଜଣକ ମଦ ପିଇ ଘରେ ସ୍ତ୍ରୀ ଓ ପିଲାଙ୍କୁ ମାରଧର କରିଥିଲେ । ଯାହାକୁ ସହ୍ୟ ନକରି ବାଧା ଦେଲେ ମା ବାପା । ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ନିକଟରେ ଥିବା ହାତୁଡି ସାହାର୍ଯ୍ୟରେ ପିଟି ପିଟି ହତ୍ୟା କରିଛି ପିତା ମାତାଙ୍କୁ । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଛି ପୁଅ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପୁଅକୁ ଖୋଜିବାରେ ଲାଗିପଡିଛିି ।
Comments are closed.