ପିତୃଦିବସରେ ପିତୃହତ୍ୟା

ସାରା ଦେଶବାସୀ ପିତୃଦିବସରେ ପିତାଙ୍କୁ ପୂଜା କରୁଥିବା ସମୟରେ ଜଣେ ପୁଅ ତାର ୭୦ ବର୍ଷର ବାପାଙ୍କୁ ଲୁହାରଡରେ ପିଟି ହତ୍ୟା କରିଛି । ଏପରି ଏକ ଦୁଃଖଦପୁର୍ଣ୍ଣ ଘଟଣା ଘଟିଛି ଗଞ୍ଜାମ ଜିଲ୍ଳା ଅନ୍ତର୍ଗତ ସମରଝୋଲା ଗ୍ରାମରେ । ପୋଲିସଙ୍କ ସୂଚନାନୁସାରେ,ମୃତ କ୍ରିଷ୍ଣା ରାଙ୍କର ୩ ପୁଅ ଓ ୨ ଝିଅ ଥିବା ବେଳେ କୌଣସି କାରଣ ବଶତଃ ସେ ବିବାହିତ ଝିଅ ଘରେ ରହୁଥିଲେ । ଅଭିଯୁକ୍ତ ଦିବାକର ରାଓ ତାଙ୍କ ସାନ ପୁଅ ଅବିବାହିତ ଅବସ୍ଥାରେ ଥିଲେ । କୌଣସି ଘଟଣାକୁ କେନ୍ଦ୍ରକରି ଦିବାକର ଭଉଣୀ ଘରକୁ ଯାଇ ବାପାଙ୍କ ସହ ଝଗଡା କରିଥିଲେ । ଫଳରେ ନିକଟରେ ଥିବା ଏକ ଲୁହାରଡରେ ପିଟି ପିଟି ହତ୍ୟା କଲା ବାପାଙ୍କୁ । ଏହାପରେ ସେହିଗ୍ରାମର ଗ୍ରାମବାସୀମାନେ ଫେରାର ହେବାକୁ ଯାଉଥିବା ଦିବାକରଙ୍କୁ ଅଟକ ରଖି ପୋଲିସଙ୍କୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.