ବିଦ୍ୟୁତ ତାର ପଡି ବାଇକ୍ ଆରୋହୀ ମୃତ

ମୃତ୍ୟୁ ଯେ କେତେବେଳେ କେଉଁ ରୂପରେ ଆସି ଆଗରେ ପହଞ୍ଚି ଯାଏ ତାହା କେହି କହିପାରିବେ ନାହିଁ । ସବୁଦିନ ପରି ସକାଳୁ ଉଠି କାମକୁ ବାହାରି ଥିଲେ ଶାନ୍ତନୁ ପାତ୍ର ଓ ସାଙ୍ଗରେ ଥିଲା ନିଜ ବାଇକ୍ । ହେଲେ ଜାଣି ନଥିଲେ ସେଇଟା ତାଙ୍କର ଶେଷ ଯାତ୍ରା ହେବ ବୋଲି । ଭଦ୍ରକ-ଚାନ୍ଦବାଲି ରାସ୍ତାର ପାଣିକୋଇଲି ଛକ ନିକଟରେ ହଠାତ୍ ବିଦ୍ୟୁତ ତାର ଛିଡି  ବାଇକ୍ ଉପରେ ପଡିବାରୁ ଘଟଣାସ୍ଥଳରେ ହିଁ ଶାନ୍ତନୁଙ୍କର ମୃତ୍ୟୁ ଘଟିଛି । ବାଇକ ପଛରେ ବସିଥିବା ବ୍ୟକ୍ତି ଜଣକ ତଳକୁ ପଡିଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଶାନ୍ତନୁ ପଞ୍ଚୁଟିକିରି ଗ୍ରାମର ଏକ କାଠ ମିସ୍ତ୍ରୀ ରୁପେ କାମ କରୁଥିଲେ । ନିମ୍ନମାନର ବିଦ୍ୟୁତ ତାର ସଂଯୋଗରେ ଏପରି ଘଟିଥିବାର ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳର ଲୋକମାନେ ରାସ୍ତାବୋରଧ କରିଛନ୍ତି ।

Comments are closed.