କୂଅରୁ ଉଦ୍ଧାର ହେଲେ ୩୩ରୁ ଉର୍ଦ୍ଧ ନାଗ

ଗୋଟିଏ କୂଅରେ ୩୩ରୁ ଉର୍ଦ୍ଧ ନାଗ ଥିବା କଥା ଶୁଣିଲେ କେହି ବି ବିଶ୍ୱାସ କରିପାରିବେନି । ପରନ୍ତୁ ଏହା ବାସ୍ତବରେ ଦେଖାଦେଇଛି ନୟାଗଡ ଜିଲ୍ଲା ଶରଣକୂଳ ଭଞ୍ଜ ସାହିରେ ଥିବା ଏକ କୂଅରେ । ଗ୍ରାମବାସୀମାନେ ସେହି କୂଅରେ ଏତେ ସାରା ନାଗ ଦେଖି ସ୍ନେକ୍ ହେଲ୍ପଲାଇନକୁ ଡକାଇବାରୁ ୪ ଜଣିଆ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଏଥିରେ ୩୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ରହିଥିବା ବେଳେ ୩ ଟି ବଡ଼ ନାଗ ଥିବା ଜଣାପଡ଼ିଛି ।

Comments are closed.