୬ ମାସ ଧରି ୧୧ ବର୍ଷିୟା ନାବାଳିକାକୁ ରେପ୍: ୧୮ ଜଣ ଗିରଫ

ମହିଳାଙ୍କ ପରେ ଏବେ ନାବାଳିକାମାନେ ଶିକାର ହେଉଛନ୍ତି ବଳତ୍କାରର । ଏଭଳି ଏକ ଲୋମହାର୍ଷକର ଘଟଣା ଦେଖିବାକୁ ମିଳିଛି ଚେନାଇ ସହରରେ । ଯେଉଁଠି ୧୧ ବର୍ଷିୟା ଏକ ନାବାଳିକାକୁ ଗତ ଛଅ ମାସ ଧରି ରେପ୍ କରି ଆସୁଥିଲେ ୧୫ ଜଣ ବ୍ୟକ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଏହି ଘଟଣାରେ ସଂପୃକ୍ତ ଥିବା ୧୮ ଜଣଙ୍କୁ ଗିରଫ କରିଛି ପୋଲିସ ।

11-year-old-girl-in-chennai-allegedly-raped-by-15-men-over-six-months

ପୋଲିସଙ୍କ କହିବା ଅନୁସାରେ, ସଂପୃକ୍ତ ନାବାଳିକାଙ୍କ ପରିବାର ଗତ ୩୦ ବର୍ଷ ଧରି ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ରହିଆସୁଥିଲେ । ସେଠାରେ ୬୬ ବର୍ଷିୟା ଲିପ୍ଟ ଅପରେଟର ଭାବେ କାମ କରୁଥିବା ରବି ନାବାଳିକାକୁ ଟେକି ନେଇ ରେପ୍ କରିଥିଲେ । ଏହା ପରେ ଆଉ ଦୁଇ ଜଣକୁ ଆଣି ରେପ୍ କରିବା ସହ କାହାକୁ ନ କହିବା ପାଇଁ ନାବାଳିକାକୁ ଡରାଇଥିଲେ । ୭ କ୍ଲାସରେ ପଢୁଥିବା ଏହି ନାବାଳିକା ଜଣକ ସ୍କୁଲରୁ ଫେରିବା ବେଳେ ଟେକି ନେଇ ବିଭିନ୍ନ ସ୍ଥାନରେ ରେପ୍ କରୁଥିଲେ ଅନ୍ୟାନ୍ୟ ବ୍ୟକ୍ତି । ପରେ ସବୁ କଥା ଜଣା ପଡିବା ପରେ ପୋଲିସ ସିକ୍ୟୁରିଟ ଗାର୍ଡ, ହାଉସ୍ କିପିଙ୍ଗ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସମେତ ୧୭ ଜଣଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଦେଖାଯାଉ ଏବିଷୟରେ କେବେ ସେ ନାବାଳିକାକୁ ନ୍ୟାୟ ମିଳୁଛି ?

Comments are closed.