ଚଳନ୍ତା ବସରେ ଶିଶୁକୁ ଜନ୍ମ କଲା ମା’

ହସ୍ପିଟାଲର ଅବହେଳା ଦ୍ୱାରା ଚଳନ୍ତା ବସରେ ଶିଶୁକୁ ଜନ୍ମ ଦେଇଛି ମା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଛତରପୁର ଅଞ୍ଚଳରେ । ଖବର ଅନୁସାରେ, ଏକ ଗର୍ଭବତୀ ମହିଳାଙ୍କୁ କମ୍ୟୁନିଟି ହସ୍ପିଟାଲ ତରଫରୁ ଆରୋପିତ ଭାବରେ ବ୍ଲକ ସ୍ତରୀୟ ହସ୍ପିଟାଲକୁ ଯିବା ପାଇଁ କୁହାଯାଇଥିଲା । ପରନ୍ତୁ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସ୍ଥାନାନ୍ତରିତ କରିବା ସମୟରେ କମ୍ୟୁନିଟି ହସ୍ପିଟାଲ ତରଫରୁ କୌଣସି ବି ସୁବିଧା ମିଳି ନ ଥିଲା । ଫଳରେ ବସ୍ ଯୋଗେ ବ୍ଲକ ହସ୍ପିଟାଲ ଯିବା ବାଟରେ ହିଁ ଡେଲିଭରି ହୋଇ ଶିଶୁକୁ ଜନ୍ମ ଦେଲା ମା ଜଣକ । ଏଭଳି ପରିସ୍ଥିତି ଦ୍ୱାରା ମା’ ଓ ଛୁଆ ଦୁହେଁ ବିପଦରେ ପଡିପାରନ୍ତି । କମ୍ୟୁନିଟି ହସ୍ପିଟାଲକୁ ଏନେଇ ତିବ୍ର ନିନ୍ଦା କରାଯାଉଛି ।

Comments are closed.