୨୧,୯୬୦ ପ୍ରକଳ୍ପ ପାଇଁ ୫୪୭ କୋଟି ମଞ୍ଜୁର କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଏବେ ଉନ୍ନତିର ଶୀର୍ଷରେ । ମାର୍ଚ୍ଚ ୫ ତାରିଖ ବିଜୁପଟ୍ଟନାୟକଙ୍କ ଜୟନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦୧ ଟି ବ୍ଲକରେ ପହଞ୍ଚିସାରିଲାଣି । ଆଜି ଏଥିରେ ସାମିଲ ହୋଇଥିବା ୬ଟି ବ୍ଲକ ବ୍ଲକର ୧୪୭ଟି ପଞ୍ଚାୟତରେ ୧୪୧୯ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪.୪୫୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଗ୍ରାମାଞ୍ଚଳର ବିକାଶ ପାଇଁ ଗଠନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସର୍ବମୋଟ ୧୦୧ ବ୍ଲକର ୨୧,୯୬୦ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ୫୪୭ କୋଟି ୭୪ ଲକ୍ଷ ୧୫ ହଜାର ୪ଶହ ଟଙ୍କା ମଞ୍ଜୁର କରିଛନ୍ତି ।

Comments are closed.