୧୦୦ କେଜିର ସୁନା ବିସ୍କୁଟ୍ ଓ ୧୬୩ କୋଟି ଟଙ୍କାର କଳାଧନ ଜବତ

ଭାରତରେ ଧନୀମାନେ ଦିନକୁ ଦିନ ଧନୀ ଓ ଗରୀବ ଦିନକୁ ଦିନ ଗରୀବ ହେବାକୁ ଲାଗିଲେଣି । ଏହାର ମୂଳ ହେଉଛି କଳାଧନ, ଯାହାକୁ ରୋକିବା ପାଇଁ ଗଠନ ହୋଇଛି income tax department । ଏନେଇ ତାମିଲନାଡୁରେ ଥିବା SPK କମ୍ପାନୀର ୨୦ଟି ଜାଗାରେ income tax department ଦ୍ୱାରା ଚଢଉ କରାଯାଇ ୧୦୦ କେଜି ଓଜନର ସୁନା ବିସ୍କୁଟ ଓ ୧୬୩ କୋଟି ନଗଦ ଟଙ୍କା ଜବତ କରାଯାଇଛି । SPK କମ୍ପାନୀର ଶାଖା ମଦୁରାଇ, ଅରୁପକୋଟାଇ, ଭେଲୋର ଏବଂ ଚେନ୍ନାଇରେ ଅବସ୍ଥିତ । ଗତ କାଲିଠାରୁ ଆରମ୍ଭ ହୋଇଥିବା ଏହି ରେଡ୍ ଆଗକୁ ମଧ୍ୟ ଜାରି ରହିବ ।

Comments are closed.