ଝାଡଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଆକ୍ରମଣ

ସାମାଜିକ କର୍ମକର୍ତ୍ତା ରୂପେ ପରିଚିତ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଝାଡଖଣ୍ଡ ଠାରେ ଆକ୍ରମଣ ହୋଇଛି । ଖବର ଅନୁସାରେ, ଝାଡଖଣ୍ଡର ପାକୁରଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଫେରିବା ସମୟରେ ସେଠାକାର ଆଦିବାସୀ ବର୍ଗର ଯୁବକ କଳାପତକା ଦେଖାଇ ସ୍ୱାମୀଙ୍କୁ ଫେରିଯିବା ପାଇଁ କହିଥିଲେ । ପରେ ସୁଯୋଗ ଦେଖି ଦଳବଧ ଭାବରେ ସ୍ୱାମୀଙ୍କୁ ଘେରି ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମାନେ ବିଜେପି ଯୁବ ଗୋଷ୍ଠୀର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ଅଳ୍ପକେ ବଞ୍ଚିଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହିତ କିଏ ବା କ’ଣ ପାଇଁ ମୋତେ ମାରିବ ବୋଲି ପ୍ରଶ୍ନ କରିଛନ୍ତି ସ୍ୱାମୀ ଅଗ୍ନିବେଶ ।

Comments are closed.