ଭୁବନେଶ୍ୱର-ବ୍ୟାଙ୍ଗକକ ମଧ୍ୟରେ ବିମାନ ସେବା ବନ୍ଦ

ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେବା ପାଇଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତି ନେଇଛି । ଭୁବନେଶ୍ୱରରୁ ବ୍ୟାଙ୍କକ ରବିବାର ଶେଷ ଥର ପାଇଁ ବିମାନ ଉଡ଼ାଣ ହୋଇଥିଲା, ପରନ୍ତୁ ପରିଚାଳନାଗତ ସମସ୍ୟା ଦେଖାଇବାରୁ ଏପରି ନିଷ୍ପତି ନେଇଥିବାର ସୂଚନା ମିଳିଛି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ପରିଚାଳନାଗତ ସମସ୍ୟା ଯୋଗୁ ଏହି ରୁଟରେ ବିମାନ ଉଡ଼ାଣ କରିବନି। ଏହି ସମୟରେ କୌଣସି ବୁକିଂ ନ ରଖିବାକୁ ସମସ୍ତ ଟୁର୍ ଅପରେଟର ଏବଂ ଟ୍ରାଭେଲ ଏଜେନ୍ସିଗୁଡ଼ିକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିବା ବେଳେ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଉଡାଣ କରୁଥିବା ଏହି ବିମାନର ଉଡ଼ାଣ ବି ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବାତିଲ କରାଯାଇଛି।

Comments are closed.