ବିଲିଡିଙ୍ଗ ଉପରେ ଭୁଶୁଡିଲା ବିଲିଡିଙ୍ଗ: ୩ ମୃତ, ଅନେକ ଆହତ

୬ ମହଲା ବିଶିଷ୍ଟ ନିର୍ମାଣଧିନ ବିଲିଡିଙ୍ଗ ଭୁଶୁଡି ପଡିଲା ୪ ମହଲା ବିଲିଡିଙ୍ଗ ଉପରେ, ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଫସି ରହିଛନ୍ତି । ଘଟଣାଟିି ଘଟିଛି ଉତରପ୍ରଦେଶର ଗ୍ରେଟର୍ ନୋଏଡା ସାହାବେରୀ ଗାଁରେ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତକାଲି ରାତିରେ ନିର୍ମାଣଧିନ ୬ ମହଲା ବିଶିଷ୍ଟ ବିଲିଡିଙ୍ଗ ଭୁଶୁଡି ପଡିଲା ୪ ମହଲା ବିଶିଷ୍ଟ ପୁରୁଣା ବିଲିଡିଙ୍ଗ ଉପରେ,ପରନ୍ତୁ ପୁରୁଣା ବିଲିଡିଙ୍ଗ ଏହାର ଭାର ସହ୍ୟ ନକରି ପାରି ଟଳି ପଡିଲା । ପରେ ଏନ୍‌ଡିଆର୍‌ଏଫ୍‌ର ୪ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୁରୁଣା ବିଲିଡିଙ୍ଗରେ ୧୮ଟି ପରିବାର ରହୁଥିବା ବେଳେ ନିର୍ମାଣଧିନ ବିଲିଡିଙ୍ଗରେ କେବଳ ଶ୍ରମିକମାନେ ରହୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିର୍ମାଣଧିନ ବିଲିଡିଙ୍ଗର ମାଲିକଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛି ।

Comments are closed.