କମ୍ ପାଣି ପିଇଲେ ହୋଇପାରେ ଏହି ସମସ୍ୟା!

ଆପଣମାନେ ଜାଣନ୍ତି କି ଦୈନିକ କେତେ ପାଣି ପିଇବା ଆବଶ୍ୟକ ହୋଇଥାଏ ଶରୀର ପ୍ରତି ? ଯଦି ନା ତେବେ ଜାଣି ରଖନ୍ତିୁ ପ୍ରତି ପୁରୁଷଙ୍କୁ ୩ ଲିଟର ଓ ମହିଳାଙ୍କୁ ୨ ଲିଟର ପାଣି ପିିଇବା ନିହାତି ଦରକାର । ଜଳିୟ ଅଂଶ ଶରୀରରେ ଠିକ୍ ରହିଲେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ । ଯଦି କମ୍ ପାଣି ପିଇବେ ତେବେ ଭୋଗି ଏହି ସମସ୍ୟା
୧-ଶରୀରରେ ଜଳୀୟ ଅଂଶ କମ୍ ରହିଲେ ହଜମ ଠିକ୍ ରେ ହୁଏ ନାହିଁ, ଫଳରେ ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ ।
୨-କମ୍ ପାଣି ପିଇବା ଦ୍ୱାରା ଶରୀରରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ବାହାରକୁ ଯାଇପାରି ନ ଥାଏ। ଫଳରେ ମୂତ୍ରାଶୟରେ ଇମ୍ଫେକ୍ସନ ହେବାର ଆଶଙ୍କା ବଢିଯାଇଥାଏ।
୩- କମ ପାଣି ଯୋଗୁଁ ମସ୍ତିଷ୍କକୁ ଅମ୍ଲଜାନ ପ୍ରଦାନ କରିବାରେ ହାର୍ଟକୁ ଅଧିକ ଜୋର ଲଗାଇବାକୁ ପଡିଥାଏ। ଏହାଦ୍ୱାରା ହୃଦ୍ସ୍ପନ୍ଦନ ବଢିଯିବା ସହ ଥକ୍କାପଣ ବଢି ଯାଇଥାଏ।
୪- କମ ପାଣି ପିଇବା ଦ୍ୱାରା ଆଖିରେ ଡ୍ରାଇନେସ୍ ବଢିଥାଏ। ଫଳରେ ଆଖିରେ ପୋଡାଜଳା ହେବା ସହ କୁଣ୍ଡାଇ ହୋଇଥାଏ।
୫- ଏହି କାରଣରୁ ମସ୍ତିଷ୍କକୁ ପର୍ୟ୍ୟାପ୍ତ ଶକ୍ତି ମିଳି ନ ଥାଏ। ଫଳରେ କାମ କରିବାକୁ ମସ୍ତିଷ୍କକୁ ଅଧିକ ଜୋର ଲଗାଇବାକୁ ପଡ଼ିଥାଏ। ଏପରି ହେଲେ ହାଲିଆ ଲାଗିଥାଏ।
୬- ପାଣି କମ ପିଇବା ଦ୍ୱାରା ଶରୀରରେ ଏନର୍ଜି ସ୍ତର କମି ଯାଇଥାଏ। ଫଳରେ ମୁଣ୍ଡ ବୁଲାଇ ଥାଏ।
୭- କମ ପାଣି ଯୋଗୁଁ ମସ୍ତିଷ୍କ ଠିକ୍ରେ କାମ କରି ନ ଥାଏ ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖା ଦେଇଥାଏ।
୮- ପାଣି ଅଭାବରୁ ଶରୀରରେ ଜଳୀୟ ଅଂଶ କମିଯାଇଥାଏ। ଫଳରେ ଚର୍ମ ଶୁଷ୍କ ପଡିଯିବା ସହ ରୁଖା ହୋଇଯାଇଥାଏ।
୯- ପାଣି କମ ପିଇବା ଦ୍ୱାରା ମୁହଁରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।
୧୦- ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି। କମ ପାଣି ପିଇବା ଦ୍ୱାରା ଶରୀରର ପ୍ରାୟ ସବୁ ଅଂଶ ଠିକ୍ରେ କାମ କରି ନ ଥାଏ। ଫଳରେ କୌଣସି କାମରେ ମନ ଲାଗି ନ ଥାଏ।

Comments are closed.