ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ହାତ ଭାଙ୍ଗିଲା ଟ୍ରକ୍

ଓଡିଶା ପ୍ରତି ବିଜୁବାବୁଙ୍କ ଅବଦାନଙ୍କୁ କିଏ ବା ନ ଜାଣେ । ଯାଜପୁରରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତିକୁ ଏକ ଟ୍ରକ୍ ଧକ୍କା ଦେଇ ଭାଙ୍ଗିଛି ହାତ, ଯାହାକି ବିଜୁବାବୁଙ୍କ ପ୍ରତି ଅସମ୍ମାନ ଅଟେ । ଘଟଣାଟି ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ସାହାସପୁର ହାଟ ପାଖରେ ।
ସୂଚନାନୁସାରେ, ସଂପୃକ୍ତ ଟ୍ରକରେ ୧୦୦ରୁ ଉର୍ଦ୍ଧ ଗୋରୁ ବେଆଇନ୍ ଭାବରେ ଚାଲାଣ କରାଯାଉଥିଲା । ପରେ ଡ୍ରାଇଭର ଜଣକ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଧକ୍କା ଦେଇ ତାଙ୍କ ହାତ ଭାଙ୍ଗିବା ପରେ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଛି । ଫଳରେ ସେଠାକାର ଅଞ୍ଚଳବାସୀଙ୍କ ମନରେ ଉତ୍ତେଜନାର ଭାବନା ଦେଖିବାକୁ ମିଳିଛି ।

Comments are closed.