କୋଭିଡ କଟକଣାରେ ଜାଗର ଯାତ୍ରା
ଭୁବନେଶ୍ୱର, ୧ା୩: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଏଥର କୋଭିଡ କଟକଣାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ହେବ । ୬୦ ବର୍ଷରୁ ଉଦ୍ଧ୍ୱର୍ ଓ ୧୦ ବର୍ଷରୁ କମ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ମନା ହୋଇଛି । ବିଡିଏ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ପରେ ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗର୍ଭ ଗୃହକୁ ପ୍ରବେଶ ମନା ହୋଇଛି । ଭକ୍ତମାନେ ଆଡକାଠରେ ରହି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ।’
ସେହିପରି ପୂର୍ବରୁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ ଜାଗର ଯାତ୍ରା ପାଇଁ କଟକଣା ଲାଗିଛି । ଚଳିତ ବର୍ଷ କୋରୋନା ସଂକ୍ରମଣ ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋରନା ସଂକ୍ରମଣ ଆଶଙ୍କା କରି ଚଳିତ ବର୍ଷ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶ ପୀଠକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
Comments are closed.