“ ଜୱାଦ୍‌” ପାଇଁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ !!

ବାତ୍ୟା “ ଜୱାଦ୍‌” ପ୍ରଭାବରେ ୪ ଓ ୫ ତାରିଖ ଦୁଇଦିନ ପାଇଁ ବନ୍ଦ ରହିବ ଶିମିଳିପାଳ । ଏନେଇ ଉତ୍ତର ଶିମିଳିପାଳ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କରୋନା କାରଣରୁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଥିବା ବେଳେ ଗତ ମାସ ୧ ତାରିଖରୁ ଶିମିଳିପାଳ ଖୋଲିଥିଲା କିନ୍ତୁ ବର୍ତ୍ତମାନ ବାତ୍ୟା ପୁଣି ଥରେ ଶିମିଳିପାଳକୁ ବନ୍ଦ କରିଦେଇଛି | ଅନୁସାରେ ଯଦି ଏହି ଦୁଇ ଦିନ ଭିତରେ ବାତ୍ୟାର ପ୍ରଭାବ ସାମାନ୍ୟ ରହିଲେ ପୁର୍ବ ପରି କରୋନା କଟକଣାକୁ ମାନି ପର୍ଯ୍ୟଟକ ମାନେ ଆସନ୍ତା ୬ ତାରିଖରୁ ଶିମିଳିପାଳରେ ପ୍ରବେଶ କରିପାରିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି |

Comments are closed.