ଆଜି ଆସୁଛନ୍ତି ଶାହା:୩ ସ୍ଥାନରେ କରିବେ ରାଲି

୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ଭାଜପା ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୪୫ରେ ଚାନ୍ଦବାଲିଠାରେ, ଅପରାହ୍ନ ୨ଟା ୨୫ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୪ଟାରେ ନିମାପଡ଼ାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେବେ। ଏହାପରେ ବିଶ୍ୱଶର୍ମା ମଧ୍ୟାହ୍ନ ୧୨ଟା ୧୫ରେ ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨ଟା ୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତ୍‌ସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାହ୍ନ ୧୦ଟାରେ ବଡ଼ଚଣା, ପୂର୍ବାହ୍ନ ୧୧ଟାରେ ଧର୍ମଶାଳା, ମଧ୍ୟାହ୍ନ ୧୨ଟା ୧୫ରେ ବିଞ୍ଝାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ା ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କୋରେଇଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

Comments are closed.