ଅଗ୍ନିବୀର ଯୋଜନାକୁ ନେଇ ରାଜନୀତି

ଦେଶର ସେନାକୁ ଶ୍ରମିକ ସଜାଉଛନ୍ତି ମୋଦୀ ସରକାର । ବିହାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏପରି କିଛି କହି ଜୋରଦାର ଆକ୍ରମଣ କରିଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭାରତର ସୈନିକମାନଙ୍କୁ ଶ୍ରମିକରେ ପରିଣତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାୁଲ ଗାନ୍ଧୀ ।

କେନ୍ଦ୍ର ସରକାର ସୈନିକମାନଙ୍କୁ ଶ୍ରମିକ କରିଛନ୍ତି । କ୍ଷମତାକୁ ଆସିଲେ ତାଙ୍କ ସରକାର ଅଗ୍ନିବୀରଙ୍କୁ ବାତିଲ କରିବ ଏବଂ ପୂର୍ବ ଭଳି ନିୟମ ରହିବ ବୋଲି ସେ ଦାବି କରିଛନ୍ତି । ଅଗ୍ନିବୀର ଯୋଜନା ହେଉଛି କେନ୍ଦ୍ର ଦ୍ୱାରା ଜୁନ୍ ୨୦୨୨ରେ ଉନ୍ମୋଚନ କରାଯାଇଥିବା ସ୍ୱଳ୍ପକାଳୀନ ପ୍ରତିରକ୍ଷା ନିଯୁକ୍ତି ମଡେଲ । ଏହି ଯୋଜନାରେ ସୈନିକମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ଦିଆଯିବା ସହ ସେମାନଙ୍କ ମଧ୍ୟରୁ ୨୫% ନିୟମିତ ଚାକିରିରେ ରହିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ନିଯୁକ୍ତି ପାଇଥିବା ଲୋକଙ୍କୁ ‘ଅଗ୍ନିବୀର’ ବୋଲି କୁହାଯାଏ । ଜୁନ୍ ୪ରେ କ୍ଷମତାକୁ ଆସିବା ପରେ ଏହି ଯୋଜନାକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ରାହୁଲ କହିଛନ୍ତି ଯେ ଅଗ୍ନିବୀର ନିଯୁକ୍ତି ଯୋଜନା ମାଧ୍ୟମରେ ପୂର୍ବ ଭଳି ସେନାରେ ସ୍ଥାୟୀ ନିଯୁକ୍ତି କରାଯିବ ।

Comments are closed.