ଭୂସ୍ଖଳନରେ ୨,୦୦୦ ଲୋକ ପୋତିହୋଇଛନ୍ତି: ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ପପୁଆ ନ୍ୟୁଗିନି 

ପପୁଆ ନୂ୍ୟଗିନିରେ ଗତ ଶୁକ୍ରବାର ଘଟିଥିବା ଭୂସ୍ଖଳନରେ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମାଟିତଳେ ପୋତିହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୬୭୦ ଦର୍ଶାଯାଇଥିବାବେଳେ ପ୍ରକୃତ ମୃତ୍ୟୁ ଏହାର ୩ ଗୁଣ ହେବ ବୋଲି ପପୁଆ ନ୍ୟୁଗିନି ସରକାର ଜାତିସଂଘକୁ ଜଣାଇବା ସହ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛନ୍ତି। ଏଙ୍ଗା ପ୍ରଦେଶର ୟାମ୍ବାଲି ଗ୍ରାମରେ ଶୁକ୍ରବାର ଭୋର ସମୟରେ ଭୂସ୍ଖଳନ ବେଳେ ଲୋକମାନେ ଘରେ ଶୋଇଥିବାରୁ ବହୁ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି। ଏଥିରେ କେତେ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, ତାହାର ମଧ୍ୟ ଠିକ୍‌ ହିସାବ କର୍ତ୍ତୃପକ୍ଷ ଦେଇପାରି ନାହାନ୍ତି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୪,୦୦୦ ଲୋକ ରହୁଥିଲେ ବୋଲି କେୟାର ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକ ଜଷ୍ଟିନ୍‌ ମାକ୍‌ମହୋନ କହିଛନ୍ତି।

Comments are closed.