ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୄତ୍ୟୁ, ଜଣେ ଗୁରୁତର

ସମ୍ବଲପୁର, ତୁସବନ୍ତ ଯୋଶୀ : ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ବରେଇପାଲି ପେଟ୍ରୋଲପମ୍ପ  ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୄତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ମୄତକ ମାନେ ହିରାକୁଦ ସନ୍ତୋଷୀ ମନ୍ଦିର ଛକ ଅଞ୍ଚଳର ବୋଳି ଜଣାପଡିଛି । ଖବର ପାଇଁ ଅଇଁଠାପାଲି ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ସୁଚନା ଅନୁସାରେ ଦୁଇଗୋଟି ବାଇକରେ ୪ ଜଣ ଯୁବକ ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ଉଭୟ ବାଇକ ଭାରସ୍ୟାମ ହରାଇ ପଡିଯିବାରୁ ୪ ଜଣ ଯୁବକ ଜାତିୟ ରାଜପଥ ଉପରେ ଛିଟକି ପଡିଥିଲେ । ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଏକ ଅଜଣା ଟ୍ରକ ସେମାନଙ୍କ ଉପରେ ଚଢି ଯାଇଥିଲା । ଫଳର ୩ ଜଣଙ୍କ ମୄତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Comments are closed.