ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେଟାରୁ କେତେଟା ?

ଭୁବନେଶ୍ୱର,୨ ।୩: ରାଜ୍ୟରେ ସକାଳୁଆ ସ୍କୁଲ ନେଇ ବଦଳିଯାଇଛି ପୂର୍ବ ନିର୍ଦ୍ଧାରିତ ସମୟ । ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କର କ୍ଳାସ ଚାଲିବ । ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ସ୍କୁଲ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ସମୟ ନିର୍ଘଣ୍ଟ ହୋଇଛି । ସ୍କୁଲ ସମୟ ବଦଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ପୂର୍ବରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧ରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଥିଲା । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲ ଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ୯ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏଁ ଚାଲିବ ବୋଲି କୁହାଯାଇଥିଲା ।

Comments are closed.