ବରିଷ୍ଠ IFS ଶିଶିର ରଥ ହେଲେ ନୂଆ ପିସିସିଏଫ୍

ଭୁବନେଶ୍ୱର : ବରିଷ୍ଠ ଆଇଏଫଏସ ଅଧିକାରୀ ଶିଶିର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସେ ରାଜ୍ୟ ବନ ସୁରକ୍ଷା ବଳର ମଧ୍ୟ ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । କଟକରେ ଜନ୍ମଗ୍ରହଣ କରିଥିବା ଶିଶିର ରଥ ହେଉଛନ୍ତି ୧୯୮୭ ବ୍ୟାଚର ଆଇଏଫଏସ ଅଫିସର । PCCF କୁ ପଦୋନ୍ନତି ଦିଆଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବା PCCFଙ୍କ ପ୍ରମୁଖ ଦାୟିତ୍ବ । ଅନ୍ୟପଟେ ଶିଶିର ରଥ ବର୍ତ୍ତମାନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ଅଛନ୍ତି । ଗତବର୍ଷ ତାଙ୍କୁ ଜାତୀୟ କାମ୍ପା କର୍ତ୍ତୃପକ୍ଷର ସିଇଓ ଓ ମେମ୍ବର ସେକ୍ରେଟାରୀ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

Comments are closed.