ଭିଜିଲାନ୍ସ ଜାଲରେ ନୂଆପଡ଼ାର ଖଡ଼ିଆଳ ରେଞ୍ଜର

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଫସିଲେ ନୂଆପଡ଼ାର ଖଡ଼ିଆଳ ରେଞ୍ଜର ସଦାନନ୍ଦ ସୁନାନୀ । ୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ରେଞ୍ଜର ସଦାନନ୍ଦ ସୁନାନୀଙ୍କ ୬ଟି ଜାଗାରେ ଏକକାଳୀନ ଚଢ଼ାଉ ହୋଇଛି । ଖଡ଼ିଆଳସ୍ଥିତ ତାଙ୍କ ସରକାରୀ ବାସଭବନ, ପୈତୃକ ଗାଁ ନିଲିଜି ଏବଂ ରାୟାଗଡାରେ ଥିବା ଭଡା ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ରେଞ୍ଜରଙ୍କ ଭାଇ ଘର ନେହେନାରେ ବି ଜୟପୁର ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ମାଲକାନଗିରି ଡିଏସପି ଏସ.କେ.ବିଶ୍ବାଳଙ୍କ ନେତୃତ୍ବରେ ନବରଙ୍ଗପୁର ଭିଜଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଜାରୀ ସହ ଅନେକ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।

Comments are closed.