ନିଜ ସ୍ୱାମୀ ସହ ଏହି ସିକ୍ରେଟ ସେୟାର କରନ୍ତିନି ମହିଳା

ମହିଳାମାନେ ନିଜ ଜୀବନସାଥୀ ସହିତ ସବୁକଥା ସେୟାର କରିବାକୁ ପସନ୍ଦ କରନ୍ତି । ପରନ୍ତୁ ଏମିତି କିଛି ସିକ୍ରେଟ ଥାଏ ଯାହାକି ମହିଳାମାନେ ନିଜ ସ୍ୱାମୀଙ୍କୁ କହିବା ପାଇଁ ଲାଜ କରନ୍ତି, ହେଲେ ନିଜ ସାଙ୍ଗ ସାଥୀମାନଙ୍କୁ କହିବାରେ ବିଲକୁଲ ବି ସଙ୍କୋଚ କରନ୍ତି ନାହିଁ । ରିପୋର୍ଟ ଅନୁଯାୟୀ, ମହିଳାମାନେ ସେମାନଙ୍କ ସେକ୍ସ ଲାଇଫ ବିଷୟରେ ନିଜ ସ୍ୱାମୀ ଅପେକ୍ଷା ନିଜ ସାଙ୍ଗସାଥୀଙ୍କୁ କହିବାକୁ ବେଶୀ ପସନ୍ଦ କରନ୍ତି ।  ରିପୋର୍ଟ ଅନୁସାରେ ୩୪ ପ୍ରତିଶତ ମହିଳା ନିଜ ସାଙ୍ଗ ସାଥୀଙ୍କ ସହ ନାଇଟ୍‌ସ୍‌ ଆଉଟ୍‌ ଲାଗି ଯିବାକୁ ଅଧିକ ପସନ୍ଦ କରନ୍ତି ।

ଏହି ଅବସରରେ ମହିଳାମାନେ ସେମାନଙ୍କ ସହ ସେକ୍ସ ଲାଇଫ୍‌ ବିଷୟର ସେୟାର କରିଥାନ୍ତି । ମାତ୍ର ୧୬ ପ୍ରତିଶତ ମହିଳା ନିଜ ପାର୍ଟନର(ସ୍ୱାମୀ)ଙ୍କ ସହ ଏହି ବିଷୟରେ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେହିପରି ୫୭ ପ୍ରତିଶତ ମହିଳା ନାଇଟ୍‌ସ୍‌ ଆଉଟ୍‌ରେ ପରିବାର ବିଷୟରେ ଏବଂ ବାକି ମହିଳା ଛୁଟି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ପସନ୍ଦ କରନ୍ତି ।

couple-dating-mahak-tv

ସେହିପରି କୌଣସି ଗେଟ୍‌ ଟୁଗେଦରରରେ ୬୪ ପ୍ରତିଶତ ମହିଳା ନିଜ ପୁରୁଷ ବନ୍ଧୁଙ୍କ ବିଷୟରେ ଆଲୋଚନା କରିବା ପାଇଁ  ଇଚ୍ଛା ପ୍ରକାଶ କରିଥାନ୍ତି । ସେହିପରି ଗବେଷଣାରୁ ଏକଥା ବି ସ୍ପଷ୍ଟ ଯେ, ମହିଳାମାନେ କାହା ସହ ଡେଟ୍‌ କରିବା ବଦଳରେ ସାଙ୍ଗଙ୍କ ସହ ବାହାର ଜାଗାକୁ ବୁଲିବା ପାଇଁ ବେଶୀ ପସନ୍ଦ କରନ୍ତି । ଆଉ କେତେ ଜଣ ମହିଳା ଡ୍ରେସ୍‌ କିଣିବା ପାଇଁ ପସନ୍ଦ କରନ୍ତି ।

Comments are closed.