ଅନ୍ଧାରରେ କରନ୍ତୁ ନାହିଁ ଏହି ଦୁଇଟି କାମ

ମନ ଦୁଃଖ ଥିଲେ ଆମେ ଅନ୍ଧାରୁଆ ସ୍ଥାନକୁ ଯାଇ ବସିଯାଆନ୍ତି। ଅନ୍ଧାରରେ କିଛି ସମୟ ନିରବରେ ବସିବା ପରେ ମନ ହାଲକା ଲାଗେ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଅନ୍ଧାର ସ୍ଥାନରୁ ସବୁବେଳେ ଦୂରେଇ ରୁହନ୍ତୁ। ଯେତେ ସମ୍ଭବ ଅନ୍ଧାରରେ କମ୍‌ ସମୟ ବିତାନ୍ତୁ। କାରଣ ଅନ୍ଧାରରେ ଅଲକ୍ଷ୍ମୀ ବାସ କରନ୍ତି। ଏକୁଟିଆ ଅନ୍ଧାର ଘରେ ବସିଲେ ମନକୁ ନାନା ପ୍ରକାର କୁଚିନ୍ତା ଆସିଥାଏ। ଏଥିସହ କେବେ ଅନ୍ଧାରୁଆ ସ୍ଥାନରେ ଭୋଜନ କରନ୍ତୁ ନାହିଁ। ଏହାଦ୍ଵାରା ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି। ତେଣୁ ଅନ୍ଧାରୁଆ ସ୍ଥାନରେ ଏହି ଦୁଇଟି କାମ ନକରିବାକୁ ସବୁବେଳେ ଚେଷ୍ଟା କରନ୍ତୁ।

Comments are closed.