ଖୋଲିଲା କଟାମୁଣ୍ଡର ରହସ୍ୟ

ଭୁବନେଶ୍ୱର,୧୧ ।୨: ଭୁବନେଶ୍ୱର ଚନ୍ଦକା ଦାଶପୁରରେ ମହିଳାଙ୍କ ମୁଣ୍ଡବିହୀନ ଶବ ଠାବ ଘଟଣାରେ ମିଳିଛି ମହିଳାଙ୍କ କଟାମୁଣ୍ଡ । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ରହସ୍ୟର ଖୁଲାସା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ । ଏହାକୁ ଏକ ଜଘନ୍ୟ ହତ୍ୟାକାଣ୍ଡ କହିଛନ୍ତି ପୋଲିସ କମିଶନର । ଏହା ସହ ସେ କହିଛନ୍ତି ଯେ, ‘ବିବାହ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ପରିଚୟ ଚିହ୍ନଟ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ୯ ତାରିଖରେ ଆମକୁ ସ୍ପଷ୍ଟ ସୂଚନା ମିଳିଲା । ମୃତ ମହିଳାଙ୍କ ନାଁ ହେଉଛି ପୁଷ୍ପଲତା ରାଉଳ (୨୮ ବର୍ଷ) । ମଞ୍ଚେଶ୍ୱର ଧୀରକୁଟବସ୍ତିରେ ସେହି ମହିଳା ଜଣକ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସଞ୍ଜୟ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ ପୁଷ୍ପଲତା । ଆଗରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ଭଡାରେ ରହୁଥିଲେ । ମାସେ ହେଳଶ ସଞ୍ଜୟ ସହ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ପୁଷ୍ପଲତା । ଡିସେମ୍ବର ୨୪ରେ ପ୍ରୀତିରଞ୍ଜନ ପତିଙ୍କୁ ବାହା ହୋଇଥିଲେ ପୁଷ୍ପଲତା । ପରେ ପ୍ରତିରଞ୍ଜନକୁ ଛାଡି ସଞ୍ଜୟ ସହ ଆସିଥିଲେ ପୁଷ୍ପଲତା । ବିବାହକୁ ନେଇ ସଞ୍ଜୟ-ପୁଷ୍ପଲତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ୩ ତାରିଖ ସନ୍ଧ୍ୟାରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ବିଳମ୍ବିତ ରାତିରେ ମହିଳାଙ୍କୁ ହତ୍ୟା କରି ଫୋପାଡି ଦେଇଥିଲେ ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତମାନେ ଦଶପଲ୍ଲାରେ ରହିଥିଲେ । ସେହି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ କୋର୍ଟ ପଠାଯିବ । ୨୦ ପୋଲିସ ଅଧିକାରୀ ଏହି ତଦନ୍ତରେ ସାମିଲ ଥିଲେ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ।’

Comments are closed.