ଏମିତି କହି ଶାହାଙ୍କୁ ଟାର୍ଗେଟ କଲେ କପିଲ ଶିବଲ୍

ନୂଆଦିଲ୍ଲୀ: ‘ବିଜେପି’ ଶାସନ କାଳରେ ଦଙ୍ଗା ହୋଇ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ଆଜି ରାଜ୍ୟସଭା ସାଂସଦ କପିଳ ସିବଲ୍‌ ଆଉ ଗୋଟାଏ ଫମ୍ପା ଆୱାଜ୍‌ ବୋଲି କହିଛନ୍ତି।‘ବିଜେପି’ ଶାସନ ସମୟରେ ଘଟିଥିବା ଗୁଡ଼ାଏ ଦଙ୍ଗାର ଉଦାହରଣ ବି ସିବଲ୍‌ ଦେଇଛନ୍ତି।

ସୂଚନାଯୋଗ୍ୟ, ବିହାରର ନୱାଡ଼ା‌ ଜିଲ୍ଲା ଅନ୍ତର୍ଗତ ହିସୁଆରେ ଆୟୋଜିତ ଏକ ସାଧାରଣ ସଭାରେ ଅମିତ ଶାହ କହିଥିଲେ, ବିହାରରେ ୪୦ରୁ ୪୦ ଆସନ ଦେଇ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାସୀନ କରାନ୍ତୁ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ରାଜ୍ୟରେ ‘ବିଜେପି’ର ନିଜସ୍ବ ସରକାର ଗଠନ କରିବାରେ ସହାୟକ ହୁଅନ୍ତୁ। ଓଟଲା ଝୁଲାଇ ଦଙ୍ଗାକାରୀମାନଙ୍କୁ ‘ବିଜେପି’ ସାବାଡ଼ କରିବ। ଆମ ଶାସନରେ ଦଙ୍ଗା ହୁଏ ନାହିଁ।

ଶାହଙ୍କ ଉପରୋକ୍ତ ଟିପ୍ପଣୀ ପ୍ରତି ପ୍ରତିକ୍ରିୟା ବ୍ୟକ୍ତ କରି ସିବଲ୍‌ କହିଛନ୍ତି, ଅମିତ ଶାହ: ଆମ ଶାସନରେ ଦଙ୍ଗା ହୁଏ ନାହିଁ। ଏ ଆହୁରି ଗୋଟାଏ ଫମ୍ପା ଆୱାଜ୍‌। ‘ଏନ୍‌ସିଆର୍‌ବି’ ତଥ୍ୟ ଅନୁସାରେ, ୨୦୧୪ରୁ ୨୦୨୦ ମଧ୍ୟରେ ୫୪୧୫ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। କେବଳ ୨୦୧୯ରେ ହୋଇଥିବା ୨୫ଟି ସାମ୍ପ୍ରଦାୟିକ ଦଙ୍ଗାରୁ ଉତ୍ତର ପ୍ରଦେଶରେ ୯ଟି, ମହାରାଷ୍ଟ୍ରରେ ୪ଟି, ମଧ୍ୟପ୍ରଦେଶରେ ୨ଟି ସଙ୍ଗଠିତ ହୋଇଛି। ସେହିପରି, ୨୦୨୧ରେ ହରିୟାଣାରେ ସବୁଠୁ ଅଧିକ ସାମ୍ପ୍ରଦାୟିକ ହିଂସା ହୋଇଥିବା ବେଳେ ୨୦୨୨ରେ ଗୁଜରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ସାମ୍ପ୍ରଦାୟିକ ହିଂସା ଅଧିକ ହୋଇଛି।

Comments are closed.