ବିଜେଡ଼ି କବଳରୁ ଝିଅମାନଙ୍କୁ ବଂଚାନ୍ତୁ- ରଣଦୀପ ସୂର୍ଯ୍ୟେୱାଲା

ଭୁବନେଶ୍ୱର- ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ମୁଖ୍ୟ ପ୍ରବକ୍ତା ଶ୍ରୀ ରଣଦୀପ ସୂର୍ଯ୍ୟୱାଲା, ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ଓଡ଼ିଶା ପ୍ରଭାରୀ ତଥା ଡ. ଏ ଚେଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, କଂଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ, ଅନ୍ୟତମ ଏଆଇସିସି ସଂପାଦକ ତଥା ଜାତୀୟ କଂଗ୍ରେସ ମିଡ଼ିଆ ବିଭାଗର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଣବ ଝା, ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର ଦୃଢ଼ ନିନ୍ଦା କରିବା ସହ ଶ୍ରୀ ସୂର୍ଯ୍ୟେୱାଲା କହିଥିଲେ ଯେ
● ବିଜେଡ଼ି କବଳରୁ ଝିଅମାନଙ୍କୁ ବଂଚାନ୍ତୁ।
● ଓଡ଼ିଶାକୁ ଅପରାଧ ପ୍ରଦେଶରେ ପରିଣତ କଲା ବିଜେଡ଼ି ।
● ଓଡ଼ିଶା ପୋଲିସ ଅପରାଧି ବଂଧୁ, ରକ୍ଷକ ଭକ୍ଷକ ସାଜିଛି।
● ଯେତେବେଳେ ଗୃହମନ୍ତ୍ରୀଙ୍କ ଉପରେ ଆରୋପ ସେତେବେଳେ ଯାଂଚ କରିବ କିଏ ଓ ନ୍ୟାୟ ଦେବ କିଏ?
ଭଗବାନ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାକୁ ନବୀନ ପଟ୍ଟନାୟକ ସରକାର ହତ୍ୟାକାରୀ, ବଳାତ୍କାରୀ ଓ ଅପରାଧି ମାନଙ୍କୁ ସୁରକ୍ଷା ଦେଉଛନ୍ତି । କେବଳ ଯେ ବିଜେଡ଼ି ଶାସନ ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଅଧିକନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଗୃ ରାଷ୍ଟ୍ରମନ୍ତ୍ରୀ ଉପରେ ଅଙ୍ଗୁଳି ନର୍ଦ୍ଦେଶ କରୁଛି । ବିଜେବି ସରକାରର ପୃଷ୍ଠପୋଷକ ଅପରାଧ ଏକି ବ୍ୟାପରରେ ପରିଣତ ହେଉଛି ।
◆ ଓଡ଼ିଶାରେ ପ୍ରତିଦିନ ୪ ହତ୍ୟା ୪ ଦୁଷ୍କମ, ଅପହରଣ ଓ ୧୨ ହତ୍ୟା ଉଦ୍ୟମ ହେଉଛି ।
◆ ୧୧୨.୯% ହାର ମହିଳା ଅପରାଧ ସଂଗଠିତ ହେତୁ ଓଡ଼ିଶା ମହିଳା ଅପରାଧ କ୍ଷେତ୍ରରେ ସାରା ଭାରତବର୍ଷରେ ଦ୍ୱିତୀୟ । କେବଳ ଏତିକି ନୁହେଁ ଗତ ତିନିବର୍ଷ ମଧ୍ୟରେ ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ୬୮.୯୪୬ ଅପରାଧ ସଂଘଟିତ ହୋଇଅଛି । ପ୍ରତ୍ୟେକ ଦିନ ୭୦ ଜଣ ମହିଳା ଅପରାଧରେ ଶୀକାର ୬ ନାବାଳିକା ଓ ଶିଶୁ ନଖୋଜ ହେଉଛନ୍ତି ।
◆ ଗତଏକ ବର୍ଷ ମଧ୍ୟରେ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ୨.୬୫, ୩୩୫ ଅପରାଧ ସଂଘଠିତ ହୋଇଅଛି । ତନ୍ମଧ୍ୟରୁ ୧୪୭୦ ହତ୍ୟା, ୧୨୧୧ ଦୁଷ୍କର୍ମ ୪୧୭୯ ଅପହରଣ ଓ ୪୧୩୫ ହତ୍ୟା ଉଦୃମ ହେଉଅଛି ।
◆ ଗତ ୧ ବର୍ଷରେ ଓଡ଼ିଶାରେ ୬୯୧୨ ଶିଶୁ ନିଖୋଜ ହେଉଛନ୍ତି ଯେଉଁଥିରୁ ୫୮୧୫ କେବଳ ଶିଶୁ କ୍ୟା ଅଟନ୍ତି ।
◆ ଦେଶର ମହିଳାମାନଙ୍କ ସମ୍ମାନ ଉପରେ ହେଉଥିବା ଆକ୍ରମଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ।
◆ ମହିଳାମାନଙ୍କ ପ୍ରତି ସାଇବର ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷର ପ୍ରଥମ ।

ନିର୍ଭୟା ପରି ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ନୃସଂସ ଓ ହୃଦୟ ବିଦାରକ ।ଏହା ପୁଣି କ୍ଷମତାର ଅନ୍ଧାରରେ

● ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଦୋହଲାଇ ଦେଇଛି । ଅପରାଧି ଓ କ୍ଷମତାଧାରୀଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକାର ପର୍ଦ୍ଦାଫାଶ ମଧ୍ୟ କରୁଛି ।
● ଅକ୍ଟୋବର ୮/୨୦୨୧ ମହାଲିଙ୍ଗ ସନ୍‌ସାଇନ୍ ଶିକ୍ଷାନୁଷ୍ଠାନର ସଭାପତି ଗୋବିନ୍ଦ ସାହୁ ଅଧ୍ୟାପକ ମମିତା ମେହେରଙ୍କୁ ଡକାଇ ନିଖୋଜ କରିଦେଲେ ।
● ମମିତାର ପରିବାର ବାରମ୍ବାର ପୋଲିସ ପାଖକୁ ନ୍ୟାୟ ପାଇଁ ଧାଇ ନିରାଶ ହେଲେ । କିନ୍ତୁ ପୁଲିସ୍ ଆପତି ଶୁଣିଲା ନାହିଁ । କୌଣସି ମୋକଦମା ମଧ୍ୟ ପାରିତ କରିଲା ନାହିଁ ।
● ପ୍ରଚଣ୍ଡ ବିରୋଧ ଓ ଜନ ଆନ୍ଦୋଳନ ଫଳରେ ୫ ଦିନ ପରେ ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ଅପହରଣ ମାମଲା ରୁଜୁ ହେଲା ।
● ଅକ୍ଟୋବର ୧୩, ୨୦୨୧ ରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଗିରଫ କରାଗଲା ।
● ଅକ୍ଟୋବର ୧୭, ୨୦୨୧ ରେ ନାଟକୀୟ ଢ଼ଙ୍ଗରେ ଷଡଯନ୍ତ୍ର ପୂର୍ବକ ଲାଇନ କଟାଯାଇ ଗୋବିନ୍ଦ ସାହୁଙ୍କୁ ଥାନାରୁ ଖସାଇ ଦିଆଗଲା।
● ଅକ୍ଟୋବର ୧୯/୨୦୨୧ ରେ ସନସାଇନ ସ୍କୁଲ ନିକଟର୍ବତୀ ଏକ ନିର୍ମାଣଧିନ ଷ୍ଟାଡିୟମରେ ୭ ଫୁଟ ମାତି ତଳୁ ଖଣ୍ଡ ବିଖଣ୍ଡିତ ଅର୍ଦ୍ଧ ଦଗ୍ଧ ଦେହାବଶେଷ ଉଦ୍ଧାର ହେଲା ।
● ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ବିରୋଧରେ ଏହି ଶିକ୍ଷାନୁଷ୍ଠାନର ଏକାଧିକ ଛାତ୍ରୀ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଯାହା ମମିତା ମେହେର ପର୍ଦ୍ଦାଫାଶ କରିଦେବାର ଆଶଙ୍କା କରୁଥିଲା ଗୋବିନ୍ଦ ସାହୁ ।
● ଅନେକ ଖବର ଭାଇରାଲ ଭିଡିଔରୁ ଏହା ସ୍ପଷ୍ଟଯେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗୃହ ତଥା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ରହୁଥିଲେ ଓ ମନ୍ତ୍ରୀ ମହୋଦାୟ ଏହି ସଂସ୍ଥାରେ ବହୁବାର ରାତ୍ରି ଯାପନ ମଧ୍ୟ କରୁଥିଲେ । ଏହି ଘଟଣା ସଂପର୍କିତ ଏକ ଅଡ଼ିଓ କ୍ଲପି ବହୁଳ ଭାବରେ ପ୍ରସାରିତ ହେଉଅଛି । ଯାହା ଦର୍ଶାଉଛି ଯେ ଏହି ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଛାତ୍ରୀମାନେ ନାନାଦି ଯୌନ ଅତ୍ୟାଚାରର ଶିକାର ହେଉଛନ୍ତି ।
● ସମସ୍ତ ତଥ୍ୟ ଓ ସାକ୍ଷୀ ସତ୍ୱେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନା କୌଣସି ଏତଲା ଦରଦ ହେଲା ନା ତାଙ୍କ ସଂପୃକ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଗଲା ନା ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ।
ଓଡ଼ିଶାରେ ଘଟିଥିବା କେତେକ ଜଘନ୍ୟ ତଥା ରହସ୍ୟମୟ ତାଜା ହତ୍ୟା ଘଟଣାର ଲମ୍ବା ତାଲିକା:

● ମମିତା ମେହେର ହତ୍ୟାକାଣ୍ଡ ପ୍ରଥମ ନୁହେଁ କି ଶେଷ ନୁହେଁ ।
ସ୍ମରଣ ଯୋଗ୍ୟ ଯେ ନିକଟ ଅତୀତରେ ଡିସେମ୍ବର ୨୦୨୦ ନୟାଗଡ଼ରେ ନିରୀହ ନିର୍ବୋଧ ୭ ବର୍ଷର ଶିଶୁ କନ୍ୟା ପରି ହତ୍ୟା ଯେଉଁଥିରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତ ସର୍ବଜନିତ ବିବିତ ।
● ମାହାଙ୍ଗାର ଡବଲ ମର୍ଡରରେ ଯେଉଁଥିରେ ଆଇନ ଓ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଖଣ୍ଡଳନୀୟ । ଏପରିକି ମାନ୍ୟବର ବିଚାରାଳୟ ପୋଲିସ ତଦନ୍ତକୁ ଆଗ୍ରାହ୍ୟ କରି ପୁର୍ନବାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
● ପିପିଲିର ବେବିନା ହତ୍ୟାକାଣ୍ଡ ଯେଉଁଥିରେ ତତ୍‌କାଳୀନ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ମନ୍ତ୍ରମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
● ଆଜିବି ରାୟଗଡ଼ ଜିଲ୍ଲାର ଟିକିରି ଶୀକ୍ଷୟତ୍ରୀ ଇତିଶ୍ରୀଙ୍କ ଜଘନ୍ୟ ହତ୍ୟାକାଣ୍ଡର କରୁଣ କାହାଣୀ ସ୍ମୃତିରୁ ଲିଭିନାହିଁ । ତତ୍‌କାଳୀନ ଏବେବି କୋରାପୁଟର ସଂସଦଙ୍କ ଭୂମିକା ଉଜୀବିତ ହୋଇ ରହିଛି ।
● କୋରାପୁଟର କୁନ୍ଦୁଲି ଗଣଦୁଷ୍କର୍ମ ଅପରାଧ ପ୍ରତ୍ୟେକ ଦେଶ ତଥା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।
● ଉପରୋକ୍ତ ସମସ୍ତ ଘଟଣାରେ ବିଜେଡ଼ିର ବଡପଣ୍ଡା ମାନଙ୍କ ସଂପୃକ୍ତି ପ୍ରମାଣିତ ହେଉଛି ।
ଓଡ଼ିଶା ଓ ଭାରତବାସୀ ଜାଣିବାକୁ ଚାହାନ୍ତି ଯେ:
■ ମମିତା ମେହେରଙ୍କ ରହସ୍ୟାକୃତ ହତ୍ୟା ଓ ସନ୍‌ସାଇନ୍ ସଂସ୍ଥାରେ ମହିଳାମାନଙ୍କ ଯୌନ ଶୋଷଣ ଓ ସରକାରଙ୍କ ଦ୍ୱାରା ଅପରାଧୀମାନଙ୍କ ସୁରକ୍ଷା ଦେବାର ଅସଲ ଉଦ୍ଦେଶ୍ୟ କ’ଣ ଓ ଏହାର ତଦନ୍ତ କାହିଁକି ହେଉ ନାହିଁ ।
■ ଉପର ବର୍ଣ୍ଣିତ ତଥ୍ୟ ପ୍ରମାଣ ଅନୁସାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧ ଅପରାଧିକ ଷଡ଼ଯନ୍ତ୍ର ଓ ହତ୍ୟା ଘଟଣାରେ ଆଇନର ୧୨୦ (ବି) ଓ ୩୦୨ ଧାରାରେ ଏଫଆଇଆର ଦରଜ କରାଯିବା ଯଥାର୍ଥ ନୁହେଁ କି?
■ ତୁରନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବରଖାସ୍ତ କରିବା ଆଭିମୁଖ୍ୟ ନୁହେଁ କି?
■ ଏହି ସମସ୍ତ ଘଟଣାବଳୀର ନିରପେକ୍ଷ ତଦନ୍ତ ଓଡ଼ିଶା ଉଚ୍ଚନ୍ୟାୟଳୟ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ତଦନ୍ତ ଅନିବାର୍ଯ୍ୟ ନୁହେଁ କି?
■ ରାଜଧାନୀ ଭୁବନେଶ୍ୱରରେ ସଂଘଠିତ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ନାହିଁକି ।
ମୁଖ୍ୟମନ୍ତ୍ରୀ ମହାଶୟ ସାମନାକୁ ଆସନ୍ତୁ ଓ ଜନତାଙ୍କୁ ଜବାବ ଦିଅନ୍ତୁ ।
ପୀଡ଼ିତା ମମିତା ମେହେରଙ୍କ ଭାଇଙ୍କୁ ସରକାରୀ ଚାକିରୀ ଓ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ କଂଗ୍ରେସ ଦାବି କରୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ, ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ, ଡଃ ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର,ସୁଦର୍ଶନ ଦାସ, ରଜୀନ ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅଭିଶେଷ ମହାନନ୍ଦଏବଂ ପିସିସି ଗଣମାଧ୍ୟମର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

Comments are closed.