କାହାପାଇଁ ଚିନ୍ତାରେ ବିଗ ବି ଅମିତାଭ, ଜାଣନ୍ତୁ

ମୁମ୍ବାଇ: ବାଦୁଡ଼ି ମାନଙ୍କ ଯୋଗୁଁ ଅସୁବିଧାରେ ପଡିଯାଇଛନ୍ତି ବିଗ ବି ଅମିତାଭ ବଚ୍ଚନ ଓ ତାଙ୍କ ପରିବାର। କେମିତି ବାଦୁଡ଼ିଙ୍କ କବଳରୁ ମୁକ୍ତି ପାଇବେ ସେ ନେଇ ପରାମର୍ଶ ମାଗିଛନ୍ତି | ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ବାସଭବନ ‘ଜଲ୍‌ସା’ରେ ରହିଛି କଡ଼ା ସୁରକ୍ଷା ବ୍ୟବସ୍ଥା କିନ୍ତୁ ସେ ସୁରକ୍ଷା ବ୍ୟବସ୍ଥା ବାଦୁଡ଼ି ମାନଙ୍କ ପାଇଁ ଫେଲ ମାରିଛି | ବାଦୁଡ଼ିମାନେ ଅନାୟସରେ ‘ଜଲ୍‌ସା’ ଭିତରକୁ ଚାଲି ଯାଉଛନ୍ତି। ବିଭିନ୍ନ ପ୍ରକାରର ପ୍ରତିକାର ବ୍ୟବସ୍ଥା ସତ୍ତ୍ୱେ ସେମାନେ ସେଠାରୁ ଯିବାର ନାଁ ଧରୁ ନାହାନ୍ତି। ନିଜେ ଅମିତାଭ ବଚ୍ଚନ ଏକଥା ମଙ୍ଗଳବାର ତାଙ୍କ ବ୍ଲଗ୍‌ରେ ଲେଖିବା ସହିତ କେମିତି ବାଦୁଡ଼ିମାନେ ତାଙ୍କ ଘରୁ ଯିବେ , ସେ ନେଇ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି।

ବାଦୁଡ଼ିମାନଙ୍କୁ ଘଉଡ଼ାଇବାକୁ ଘରେ ଧୂଆଁ ଦିଆଯାଇଛି, ସାନିଟାଇଜ୍ ଲିକ୍ୱିଡ୍‌ ଦିଆଯାଇଛି, ଭିନ୍ନ କିଛି ତୈଳ ସିଞ୍ଚନ କରାଯାଇଛି,ଏମିତିକି କିଛି ଇଲେକ୍ଟ୍ରୋନିକ୍ସ ଉପକରଣର ବି ବ୍ୟବହାର କରାଯାଇଛି କିନ୍ତୁ ସବୁ କିଛି ସତ୍ୱେବି ବାଦୁଡ଼ି ମାନେ ଯାଉ ନାହାନ୍ତି ବୋଲି ଅମିତାଭ ଲେଖିଛନ୍ତି । ତେଣୁ ଏହା ବାଦ୍ ଆଉ କ’ଣ କରି ହେବ, ସେ ନେଇ ପରାମର୍ଶ ଦେବାକୁ ସେ ଫ୍ୟାନ୍‌ ମାନଙ୍କୁ ଅନୁରୋଧ କରିଛନ୍ତି।

Comments are closed.