ଆଜି ଟୁଇନ ସିଟିର ଦାୟିତ୍ୱ ନେଲେ ସତ୍ୟଜିତ୍

କଟକ ଓ ଭୁବନେଶ୍ୱର ସିଟିର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଏନେଇ ଆଜି ସକାଳେ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟଠାରେ ଶ୍ରୀ ମହାନ୍ତିଙ୍କୁ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର୍ ସତ୍ୟଜିତ ୧୯୯୦ ମସିହାରେ ଜୟପୁର ଏସପି ଭାବେ ସେବା ଆରମ୍ଭ କରିଥିଲେ । ଏହାପରେ ପୁରୀ, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସପି ଭାବେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା । ଏବେ ଟୁଇନ ସିଟିର ଦାୟିତ୍ୱ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସତ୍ୟଜିତ୍ ।

Comments are closed.