ପୂର୍ବତନ ପ୍ରଶାସକ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଜେଡିରେ ଯୋଗଦାନ

ରାଜ୍ୟରେ କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ କିଛି ବରିଷ୍ଠ ପ୍ରଶାସକମାନେ ବିଜୁ ଜନତା ଦଳରେ ମିଶିଛନ୍ତି । ମଙ୍ଗଳବାର ଅପରାହ୍ନରେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ ଭାବରେ ପ୍ରାୟ ୩୨ଜଣ ଦଳରେ ଯୋଗ ଦେଇଛନ୍ତି । ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.