ସରିଲା ମୁଲାୟମଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ୮୨ବର୍ଷ ବୟସରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦେହାନ୍ତ ପରେ ମୁଲାୟମ ସିଂ ଯାଦବଙ୍କ ପାର୍ଥିବ ଶରୀରକୁ ଗୁରୁଗ୍ରାମରୁ ତାଙ୍କ ପୈତୃକ ଗାଁ ସଫୈଇକୁ ଅଣାଯାଇଥିଲା। ତାଙ୍କର ଶେ‌ଷ ଦର୍ଶନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଫୈଇରେ ପହଞ୍ଚିଥିଲେ। ତେବେ ସୋମବାର ଦେହାନ୍ତ ହେବା ପରେ ମଙ୍ଗଳବାର ଅପରାହ୍ନରେ ରାଜକୀୟ ସମ୍ମାନ ସହ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ପୁଅ ଅଖିଳେଶ ଯାଦବ ଲୁହ ଭରା ଆଖି ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇଥିଲେ। ତାଙ୍କ ପାର୍ଥିବ ଶରୀର ସକାଳ ୧୦ଟାରୁ ଶେଷ ଦର୍ଶନ ପାଇଁ ସଫୈଇର ମେଳା ପଡ଼ିଆରେ ରଖାଯାଇଥିଲା। ଅନ୍ତିମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାବା ରାମଦେବ, ଏନସିପି ସୁପ୍ରିମୋ ଶରଦ ପାୱାର, ଝିଅ ସୁପ୍ରିୟା ସୁଲେ, ଅଭିନେତା ଅଭ‌ିଷେକ ବଚ୍ଚନ।

ସଫୈଇରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆମ ମଧ୍ୟରେ ବହୁତ ଦୃଢ଼ ସମ୍ପର୍କ ରହିଛି। ମୁଲାୟମ ସିଂ ଯାଦବ ଭାରତୀୟ ରାଜନୀତିର ଜଣେ ବଡ଼ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ପରଲୋକ ଦେଶ ପାଇଁ ଏକ ବଡ କ୍ଷତି। ଆମେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଠାକୁ ଆସିଛୁ। ପ୍ରଧାନମନ୍ତ୍ରୀ ମୋଦୀ ଏଠାକୁ ଆସିପାରିନଥିବାରୁ ସେ ତାଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଦେବାକୁ କହିଛନ୍ତି।

Comments are closed.