ସୋସିଆଲ ମିଡିଆରେ ଭାଇରାଲ ହେଲା ‘sanju’ର ସମ୍ପୂର୍ଣ ଚଳଚ୍ଚିତ୍ର

ଦିନକୁ ଦିନ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକମାନେ ଅନ୍ୟର କ୍ଷତି କରିବାକୁ ପଛାନ୍ତି ନାହିଁ । ଗତକାଲି ମୁକ୍ତି ଲାଭ କରିଥିବା ବଲିଉଡ ସିନେମା ‘sanju’ ବେଶ୍ ଲୋକପ୍ରିୟତା ହାସଲ କରିଥିବା ବେଳେ କେତେକ ବ୍ୟକ୍ତି ଫେସବୁକ ମାଧ୍ୟମରେ ସମ୍ପୂର୍ଣ ସିନେମାଟିକୁ ଭାଇରାଲ କରିଥିବାର ସୂଚନା ମିଳିଛି । ଆଗରୁ ବିଭିନ୍ନ ସାଇଟରେ ଆସୁଥିବା ସିନେମାର ହଲ ପ୍ରିଣ୍ଟକୁ ସରକାର ବନ୍ଦ କରିବା ପରେ ଏବେ ସୋସିଆଲ ମିଡିଆକୁ ଆପଣେଇଛନ୍ତି ଏହି ଦୁର୍ବୁତ୍ତ । ଯାହା ମାଧ୍ୟମରେ ଲୋକମାନେ ଆଉ ହଲକୁ ନ ଯାଇ ଘରେ ଦେଖିବେ ସିନେମା, ଫଳରେ ସରକାରଙ୍କ ରାଜସ୍ୱ ଆୟ କମିବାରେ ଲାଗିବ । ଏହା ଉପରେ କାହାରି ଧ୍ୟାନ ଯାଉନଥିବା ବେଳେ ସିନେମା ଜଗତରେ ଏକ ଚିନ୍ତାର ବିଷୟ ପାଲଟିଛି । ତେବେ ଦେଖାଯାଉ ଏ ବିଷୟରେ କଣ ପଦକ୍ଷେପ ନେଉଛନ୍ତି ସରକାର !

Comments are closed.