ସେଲଫି ନେଲାବେଳେ ଆଙ୍ଗୁଠି ଦେଖାଉଛନ୍ତି କି ? ତେବେ ସାବଧାନ

ସେଲଫି ନିଶା ଘାରିଚି ସମସ୍ତଙ୍କୁ । ସବୁ ମୁହୂର୍ତ୍ତକୁ କ୍ୟାମେରା ଆଗରେ ଆୟତ କରି ସୋସିଆଲ ମିଡିଆରେ ଛାଡିବାରେ ଲାଗିପଡିଛନ୍ତି ସମସ୍ତେ । ପରନ୍ତୁ ଆପଣ ସେଲଫି ନେବା ବେଳେ ଯଦି ଆଙ୍ଗୁଠି ଦେଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଫଟୋରେ ଆପଣଙ୍କ ହାତର ଆଙ୍ଗୁଠିକୁ ସ୍କାନ କରି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଜାଣିବା ସହିତ ଏହାର ଅପବ୍ୟବହାର ବି ହୋଇପାରେ । ଏପରି ଆଶ୍ଚର୍ଯ୍ୟକର ଘଟଣା ଚାଇନାରେ ଦେଖିବାକୁ ମିଳିଛି, ଯେଉଁଠି କେତେକ ଖଳ ପ୍ରକୃତିର ବ୍ୟକ୍ତି ଆଧୁନିକ technology ମାଧ୍ୟମରେ ଅନ୍ୟ ଲୋକମାନଙ୍କର ଫଟୋକୁ ଜୁମ୍ କରି ଆଙ୍ଗୁଠିର ସ୍କାନ କରୁଛନ୍ତି ଓ ପରେ ଏହାର ଅପବ୍ୟବହାର କରିବାରେ ଲାଗିଛନ୍ତି ।

Comments are closed.