ଖୋଲାରେ ଶୌଚ କଲେ ୫୦ ଟଙ୍କା ଜୋରିମାନା

ବାହାରେ ମଳମୂତ୍ର ତ୍ୟାଗ ବା ଶୌଚ କରିବା ଦ୍ୱାରା ପରିବେଶ ଦିନକୁ ଦିନ ଅପରିଷ୍କାର ହେବାରେ ଲାଗିଛି । ଏହାକୁ ଦେଖି ଭୁବନେଶ୍ୱର ମହାନିଗମ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଗଲା । ଏଣିକି ରାଜଧାନୀରେ ଖୋଲାରେ ଶୌଚ କରିଲେ ଭରିବା ପାଇଁ ପଡିବ ୫୦ ଟଙ୍କା, ଯାହାକୁ ଆଦାୟ କରିବ ବିଏମସି । ୱାର୍ଡ ସାନିଟେଶନ କର୍ମଚାରୀ, ୱାର୍ଡ ପରିମଳ କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ବାହାରେ ଶୌଚ କରୁଥିବା ଲୋକଙ୍କ ଉପରେ ନଜର ରଖିବେ । ଏହା ସହିତ ୭ଟି ପୋଖରୀର ମରାମତି ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାଦ୍ଵାରା ପରିବେଶକୁ ସୁସ୍ଥ ରହିବ ।

Comments are closed.