ଜୟଦୁର୍ଗା ଠାକୁରାଣୀ ମନ୍ଦିର ଲୁଟିଲେ ଦୁର୍ବୁତ୍ତ

ଲୋକମାନଙ୍କ ଧନ ଲୁଟିବା ସହିତ ଠାକୁରାଣୀଙ୍କୁ ବି ଛାଡୁ ନାହାନ୍ତି ଦୁର୍ବୁତ୍ତ । ଗତକାଲି ରାତିରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଦର୍ଶ ଗ୍ରାମ ଅନ୍ତର୍ଗତ ଜୟଦୁର୍ଗା ଠାକୁରାଣୀ ମନ୍ଦିରକୁ ଲୁଟିଛନ୍ତି କିଛି ଦୁର୍ବୁତ୍ତ । ମନ୍ଦିରରେ ଥିବା ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି, ମା’ଙ୍କ ସୁନା ମୁକୁଟ ସମେତ ପ୍ରାୟ ୫ ଲକ୍ଷ ଟଙ୍କାର ଚୋରୀ ହୋଇଥିବାର ସୂଚନା ମିଳିଛି । ପରେ ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଜି ତଦନ୍ତ କାର୍ଯ୍ୟ ଆରମ୍ଭ କରିଦେଇଛି ।

Comments are closed.