ସେବାୟତଙ୍କ ନାମରେ ମିଥ୍ୟାଭିଯୋଗ : ରାଷ୍ଟ୍ରପତି ପ୍ରସଙ୍ଗ

ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଦମ୍ପତି ପୁରୀ ଆସିଥିବା ବେଳେ ସେବାୟତଙ୍କ ଦ୍ୱାରା ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟହାର ହୋଇଥିବାର ଅଭିଯୋଗ ଆସିଥିଲା । ଯାହାର ସତ୍ୟତା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ସେବାୟତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶୁଣାଯିବା ପରେ ତାଙ୍କ ଗହଣରେ ଚିନ୍ତାର ଭାବନା ସୃଷ୍ଟି ହେବାରେ ଲାଗିଲା, ପରନ୍ତୁ ଏଭଳି କୌଣସି ଅଭିଯୋଗ ରାଷ୍ଟ୍ରପତିଙ୍କ ଭବନରୁ ଆସିନି ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ସେବାୟତଙ୍କୁ ବିନା କାରଣରେ ବଦନାମ୍ କରୁଥିବା ପୁରୀ ଜିଲ୍ଲାପାଳଙ୍କ ବିରୁଦ୍ଧରେ ମାନ୍ୟବର ଏସ୍.ଡି.ଜେ.ଏମ୍ କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Comments are closed.