ପ୍ରଥମଦିନରେ ୩୪.୭୫ କୋଟି କମେଇଲା Sanju

ଧମାଲ ମଚାଇଲା ‘Sanju’ ସିନେମା । ଗତକାଲି ମୁକ୍ତିଲାଭ କରିଥିବା ବଲିଉଡ ଅଭିନେତା ରଣବୀର କାପୁରଙ୍କ ‘Sanju’ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ହିଁ ନିଜର ଯାଦୁ ଦେଖାଇଛି ଦର୍ଶକମାନଙ୍କୁ । ସଲମାନଙ୍କ ଅଭିନୀତ ‘Race 3’ କୁ ପଛରେ ପକାଇ ଗୋଟିଏ ଦିନରେ ହିଁ ଆୟ କରିଛି ୩୪.୭୫ କୋଟି । ରଣବୀରଙ୍କ ପାଇଁ ୨୦୧୮ରେ ଏହା ବହୁତ ବଡ ସଫଳତା । ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଏହି ସିନେମାରେ ରଣବୀରଙ୍କୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ରାଜକୁମାର ହୀରାନୀଙ୍କ ନିର୍ଦ୍ଦେଶିତ ସିନେମାରେ ଅନ୍ୟ କଳାକାର ଯଥା, ଅନୁଷ୍କା ଶର୍ମା, ଦିଆ ମିର୍ଜା, ଭିକି, ପରେଶଙ୍କ ଅଭିନୟ ବେଶ ଧମାକାଦାର ରହିଛି ।

Comments are closed.