କେନ୍ଦୁଝରର ବାଙ୍ଖିଡିରେ କାର୍ ଦୁର୍ଘଟଣା, ୪ ମୃତ ୩ ଆହତ

ମୃତ୍ୟୁ କେତେବେଳେ ଯେ କେଉଁ ରୂପରେ ଆସି ପହଞ୍ଚିବା ତାହା କିଏ ଜାଣେ । ବିବାହ ଉତ୍ସବରେ ଯୋଗ ଦେଇ ଖୁସି ମନରେ ଫେରୁଥିବା ବାଟରେ ଜଗି ବସିଥିଲା କାଳ, ଫଳରେ ନିମିଷକ ମଧ୍ୟରେ ଲିଭିଗଲା ୪ଜଣଙ୍କ ଜୀବନ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ-ଆନନ୍ଦପୁର ରାସ୍ତାର ବାଙ୍ଖିଡ ନିକଟରେ । ଖବର ଅନୁସାରେ, ଆନନ୍ଦପୁର ସାଇଁକୁଳ ଅଞ୍ଚଳ ବାସିନ୍ଦା ବୈକୁଣ୍ଠ ପଣ୍ଡାଙ୍କ ସପରିବାର ଏକ ବିବାହ ଉତ୍ସବରେ ଯୋଗ ଦେଇ ଠାକୁରମୁଣ୍ଡାରୁ ଫେରୁଥିଲେ । ପରନ୍ତୁ ବାଙ୍ଖିଡ ଛକ ନିକଟରେ କାରଟି ଗଛ ସହ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲା, ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.