ନବମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପଢାଇଲେ ଜିଲ୍ଲାପାଳ

ଜିଲ୍ଲାପାଳ ପଢାଇଲେ ପାଠ, ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅନ୍ତର୍ଗତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟରେ । ଗତବର୍ଷ ଶିଶୁ ଦିବସକୁ ଆଖିରେ ରଖି “ମୋ ସ୍କୁଲ କାର୍ଯ୍ୟକ୍ରମ” ଆରମ୍ଭ କରିଥିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ, ଯାହାର ଆନୁକୂଲ୍ୟରେ ଆରମ୍ଭ ହୋଇଛି ‘ଟିଚ୍ –ଗଜପତି’ । ଏନେଇ ଯେ କେହି ବ୍ୟକ୍ତି ନିଜ ଶିକ୍ଷାଗତ ଯୋଗ୍ୟତା ତଥା ଇଚ୍ଛାମୁତାବକ ଅନୁସାରେ କୌଣସି ସ୍କୁଲରେ ପାଠ ପଢାଇପାରିବେ, ଯାହାର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଶାହ । ଗୋଟେ ପିରିୟଡରେ ଥିବା ୪୫ ମିନିଟ୍ ଭିତରେ ସେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପଢାଇବା ସହ ପ୍ରଶ୍ନଉତ୍ତର ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ପଢାକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହ ଥିବା ବେଳେ ସ୍ୱୟଂ ମଧ୍ୟ ସନ୍ତୋଷ ଲାଭ କରିଥିଲେ ।

Comments are closed.