ସମୀରଙ୍କ କଥା ଶୁଣିଲେନି କୋର୍ଟ ,ଜାଣନ୍ତୁ କାହିଁକି

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଝଟକା, କୋର୍ଟରେ ଖାରଜ ହେଲା ତାଙ୍କ ଆବେଦନ | ସମୀରଙ୍କୁ ପୁଣିଥରେ ଗିରଫ ଭୟ ଘାରିଛି। ମୁମ୍ବାଇ ପୁଲିସ୍‌ ତାଙ୍କୁ ଗିରଫ କରିନେବା ଭୟରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରନ୍ତି ବୋଲି ସମୀର ଗୋଟିଏ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଅବଗତ କରାଇଛନ୍ତି। ମୁଁ ଜଣେ ଜୋନାଲ ନିର୍ଦ୍ଦେଶକ।, ଡ୍ରଗ୍‌ ପେଡେଲର ନୁହେଁ, ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ୱ ସିବିଆଇ କିମ୍ବା ଏନଆଇଏକୁ ଦିଆଯାଉ ବୋଲି ସମୀର କହିଛନ୍ତି ।

ମୋ ଅଧିକାର ଉଲ୍ଲଙ୍ଘନ ହେଉଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଦରକାର। ମୋତେ କୋର୍ଟ ସୁରକ୍ଷା ଦିଅନ୍ତୁ। ରାଜ୍ୟ ସରକାର ଆଜି ମୋତେ ଗିରଫ କରିପାରନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋତେ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯାଉଛି। ମୋତେ ଲାଗୁଛି ରାଜ୍ୟ ସରକାର ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ତେଣୁ ମୋତେ ଆଗୁଅ ସୁରକ୍ଷା ଦରକାର।” | ମୁଁ ଜଣେ କେନ୍ଦ୍ରୀୟ କର୍ମଚାରୀ ହୋଇଥିବାରୁ ରାଜ୍ୟ ସରକାର ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସମୀର ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ କୋର୍ଟ କହିଛନ୍ତି, ଯଦି ଏପରି ସୁରକ୍ଷା ଆପଣ ପାଇଛନ୍ତି, ତା’ହେଲେ ଆପଣ କାହିଁକି କୋର୍ଟଙ୍କ ଠାରୁ ସୁରକ୍ଷା ମାଗୁଛନ୍ତି? ଏହାପରେ କୋର୍ଟ ସମୀରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

Comments are closed.