ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ବଲପୁର ସାଂସଦଙ୍କ ଜିଲ୍ଲାପାଳ ସହ ଆଲୋଚନା

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : କୋଭିଡ ଯୋଗୁଁ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ପରିସ୍ଥିତି ସମଗ୍ର ଦେଶର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ତେବେ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ସଙ୍ଗେ ସଙ୍ଗେ ସମଗ୍ର ଦେଶରେ କାଯ୍ୟକାରି କରି ସ୍ୱାସ୍ଥ୍ୟ ସହ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ସାଂସଦମାନେ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଲେଖାଏଁ କରୋନା ପାଇଁ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ନିଜର ସାଂସଦ ପାଣ୍ଠିରୁ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲା ପାଇଁ ୧.୨୫ କୋଟି, ଦେବଗଡ଼ ଜିଲ୍ଲା ପାଇଁ ୭୫ ଲକ୍ଷ ଓ ଅନୁଗୁଳ ଜିଲ୍ଲା ପାଇଁ ୫୦ ଲକ୍ଷ ପ୍ରଦାନ କରିଥିଲେ ।
ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗକୁ କରୋନା ପାଇଁ ଦେଇଥିବା ସ୍ୱତନ୍ତ୍ର ୧.୨୫ କୋଟିର ଖର୍ଚ୍ଚ ବିଷୟରେ ସମୀକ୍ଷା ପାଇଁ ସାଂସଦ ନିତେଶ ଗଙ୍ଗଦେବ ପହଞ୍ଚିଥିଲେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ । ସାଂସଦଙ୍କ ସାଥିରେ ଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ଜିଲ୍ଲା ପରିଷଦ ଅଦ୍ଧକ୍ଷ ଶ୍ରୀଯୁକ୍ତ ରାଧେଶ୍ୟାମ ବାରିକ । ପ୍ରାୟ ୪୫ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ବୁର୍ଲା ଭୀମସାରର ଆଉଟ ଡୋରକୁ ବନ୍ଦ କରି ଦିଆଯାଇଛି । ଏଣୁ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଓ.ପି.ଡ଼ି କୁ ଚଲେଇବା, ଭୀମସାରର ଓପିଡ଼ିରେ ଉପର ମହଲାକୁ ଯିବା ପାଇଁ ଲିଫ୍ଟ କିମ୍ବା ରେମ୍ପର ବ୍ୟବସ୍ଥା ପାଇଁ ଦାବି ମଧ୍ୟ କରିଥିଲେ ନିର୍ବାଚିତ ପ୍ରତିନିଧିମାନେ । ଆଲୋଚନା ସମୟରେ ସାଂସଦ ପାଣ୍ଠିର ୧.୨୫ କୋଟି ଅନୁଦାନରୁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି ଓ ବଳକା ୫୦ ଲକ୍ଷ ଟଙ୍କା ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଥିଲେ ।

Comments are closed.