ଅପହରଣ ଘଟଣାର ୧୨ ଘଣ୍ଟା ଭିତରେ ଅପହରଣ କାରୀଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ଜିଲ୍ଲାରେ ଗୋଟିଏ ସପ୍ତାହ ଵ୍ୟବଧାନରେ ପୁଣି ଏକ ଅପହରଣ ଘଟଣା ଘଟିଥିବା ଜଣାପଡିଛି । ଏଥର ମଧ୍ୟ ଜିଲ୍ଲାର ସେହି ଶାସନ ଥାନା ଅଧିନରେ ଏହି ଅପହରଣ ଘଟଣା ଘଟିଥିବା ଜଣାପଡିଛି । ତେବେ ପୋଲିସ ଏଥର ମଧ୍ୟ ଅପହରଣ ଘଟଣାର ୧୨ ଘଣ୍ଟା ଭିତରେ ଅପହରଣ କାରୀଙ୍କୁ ଗିରଫ କରିବା ସହ ଅପହରଣ ଘଟଣାର ପର୍ଦାଫାସ କରିଛି । ସମ୍ବଲପୁର ଜିଲ୍ଲା ପୋଲିସ ସୁତ୍ରରୁ ଜଣାପଡିଛି ଯେ ଜିଲ୍ଲାର ଶାସନ ଥାନାରେ ଗତକାଲି ଏକ ଅପହରଣ ମାମଲା ଦାୟର କରାଯାଇଥିଲା। ତେବେ ଥାନାରେ ଅପହରଣ ମାମଲା ଦାୟର ହେବାର ୧୨ ଘଣ୍ଟା ଭିତରେ ଶାସନ ଥାନା ପୁଲିସ ଅପହରଣ ଘଟଣାରେ ସାମିଲ ଥିବା ୪ ଜଣ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସମ୍ବଲପୁର ପୋଲିସ ଆହୁରି ମଧ୍ୟ ସୁଚାନା ଦେଇଛି ଯେ ଗତକାଲି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଶାସନ ଥାନା ଅନ୍ତର୍ଗତ ପଣ୍ଡିଆପାଲି ଗ୍ରାମରେ ଏକ ଅପହରଣ ଘଟଣା ହୋଇଥିବା ଅଭିଯୋଗ ହୋଇଥିଲା । ପଣ୍ଡିରିପାଲି ଗ୍ରାମର ସୁନୀତା ଓରାମ ନାମକ ମହିଳା ଶାସନ ଥାନାରେ ଅଭିଯୋଗ କରିଥିଲେ ଯେ ଦୁଇ ଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ତାଙ୍କ ସାନଭାଇ ସଞ୍ଜୟ ଓରାମକୁ ବଳପୂର୍ବକ ଅପହରଣ କରି ନେଇଛନ୍ତି । ଏହା ସହ ତାଙ୍କ ସାନ ଭାଇଙ୍କୁ ଛାଡ଼ିବା ପାଇଁ ୨୫ହଜାର ଟଙ୍କା ଦାବି କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହା ପୋଲିସ ସହ ବିଭିନ୍ନ ସ୍ଥାନରେ ଚଡାଉ ଯାରି ରଖିଥିଲା। ସମ୍ବଲପୁର ପୋଲିସ ଏହି ଅପହରଣ ମାମଲା ଦାୟର ହେବାର ୧୨ ଘଣ୍ଟା ମଧ୍ୟରେ ୪ ଜଣ ଅପହରଣ କାରିଙ୍କୁ ଧରିବାରେ ସଫଲ ହୋଇଛି । ଏହି ଚାରିଜଣ ଅଭିଯୁକ୍ତଙ୍କୁ ହେଲେ ଚିନ୍ମୟ ରୋହିଦାସ, ଇନ୍ଦ୍ରମଣି ରୋହିଦାସ, ଏମଡି ଇକ୍ରାମ ଓ ସୁଶାନ୍ତ ତନ୍ତି । ଅପହରଣ କାରିଙ୍କଠାରୁ ପୋଲିସ ଅପହରଣରେ ଵ୍ୟବହୁତ OD 15 A 5491 ନମ୍ବର ଥିବା ଏକ ମୋଟରସାଇକେଲ ସମେତ ପାଞ୍ଚଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି । ଏହି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି ବୋଲି ସମ୍ବଲପୁର ଏସଡିପିଓ ତପନ ମହାନ୍ତି ସୁଚନା ଦେଇଛନ୍ତି ।

Comments are closed.